Wednesday, August 13, 2025
26.4 C
Odisha

    ଘରେ ପଶି ମା’ ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

    ଆଗକୁ ପଢନ୍ତୁ

    ବ୍ରହ୍ମପୁରରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ । ମା ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଘରେ ପଶି ମହିଳାଙ୍କୁ ଜୀବନରୁ ମାରିଦେଲେ । କଣ ପୁରୁଣା ପ୍ରେମିକ ନେଇଗଲା ମହିଳାଙ୍କ ଜୀବନ! ବ୍ରହ୍ମପୁର ସହର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗରରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଘଟଣାସ୍ଥଳରେ ମାଆର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି ଝିଅ । ଘଟଣା ପ୍ରକାରେ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ସାଧୁଚରଣ ସ୍ୱାଇଁଙ୍କ ସ୍ତ୍ରୀ ଗାୟତ୍ରୀ ଓ ଝିଅ ନିଲମ୍ ଶ୍ରୀମା ନଗରରେ ଏକ ଭଡ଼ା ଘରେ ଗତ ୩ ତାରିଖ ଠାରୁ ରହି ଆସୁଥିଲେ ।

    ରବିବାର ସନ୍ଧ୍ୟାରେ ଗାୟତ୍ରୀ ନିଜ ଝିଅ ସହ ମାଣିକତରାରେ ଥିବା ବାପା ଘରୁ ଆସିଥିଲେ । ଦୁଇ ମହଲା ବିଶିଷ୍ଟ କୋଠା ଘରେ ଗାୟତ୍ରୀ ତଳ ମହଲାରେ ରହୁଥିବା ବେଳେ ଉପର ମହଲାରେ ଘର ମାଲିକ ରହୁଥିଲେ । ତେବେ ରାତି ୯ଟା ସମୟରେ ଗାୟତ୍ରୀ ଘର ମାଲିକ ରମେଶଙ୍କ କଥା ହୋଇଥିଲେ । ଆଉ କହିଥିଲେ ସେ ଗେଟ୍ ତାଲା ପକାଇ ଦେବେ । ହେଲେ ସକାଳୁ ଉଠି ମାଲିକ ଦେଖନ୍ତି ତ ଘର ଭିତରେ ଫ୍ୟାନ୍ ଓ ଲାଇଟ୍ ଲାଗିଥିବା ବେଳେ ବାହାର ପଟୁ ତାଲା ପଡ଼ିଥିଲା ।ଆଉ ଏହା ଦେଖି ଘର ମାଲିକଙ୍କର ଟିକେ ତାଙ୍କର ସନ୍ଦେହ ହୋଇଥିଲା ।

    ଯାହାପରେ ସେ ଗାୟତ୍ରୀଙ୍କ ସ୍ୱାମୀ ସାଧୁଙ୍କୁ ଫୋନ୍ କରି ଜଣାଇଥିଲେ । ଏପଟେ ସାଧୁଙ୍କ ଠାରୁ ଖବର ପାଇ ଗାୟତ୍ରୀଙ୍କ ଭାଇ ଘରକୁ ଆସି ତାଲା ଭାଙ୍ଗି ଘରେ ପଶିଥିଲେ । ହେଲେ ସେ ଘରେ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଚଟାଣରେ ଗାୟତ୍ରୀଙ୍କ ମୃତ ଦେହ ପଡ଼ିଥିବା ବେଳେ ୧୨ ବର୍ଷର ଝିଅ ନିଲମ୍ ମଧ୍ୟ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଝିଅକୁ ତୁରନ୍ତ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଉ ସେଠାରୁ ତାଙ୍କୁ ଭୁବନେଶ୍ୱର ଏମସ୍ କୁ ପଠାଇ ଦିଆଯାଇଛି । ଏପଟେ ବ୍ରହ୍ମପୁର ଏସପି ଓ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାର ତଦନ୍ତ ଚଳାଇଛନ୍ତି ।

    ବାହାରପଟୁ ତାଲା ପଡ଼ିଥିବା ହେତୁ ହତ୍ୟାକାରୀ ଭିତରେ ଥିବା କଥା ଜଣାପଡ଼ୁଛି ବୋଲି କହିଛନ୍ତି ଏସପି । ତେବେ ପୂର୍ବରୁ ନିଜ ସ୍ତ୍ରୀର ନିଖୋଜ ନେଇ ସାଧୁ ବଡ଼ ବଜାର ଥାନାରେ ଏତଲା ଦେଇଥିଲେ ବୋଲି କହିଛନ୍ତି । ସେପଟେ ଜ୍ୱାଇଁ ଭଲ କିନ୍ତୁ ଶାଶୂ ଘର ଲୋକ ଝିଅକୁ ତାଙ୍କ ଘରେ ପୁରାଇ ଦେଉନଥିଲେ । ତେଣୁ ଝିଅକୁ ଲୋକ ଲଗାଇ ମାରି ଦିଆଯାଇଛି ବୋଲି ଗାୟତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି । ସେପଟେ ସ୍ତ୍ରୀର ସଂପର୍କରେ ଥିବା ସୁନୀଲ ନାମକ ଜଣେ ଯୁବକ ତାଙ୍କୁ ବ୍ଲାକ୍ ମେଲିଂ କରୁଥିଲା ଓ ସିଏ ହିଁ ହତ୍ୟା କରିଛି ବୋଲି ପୋଲିସକୁ କହିଛନ୍ତି ସାଧୁ ।

    ପୂର୍ବରୁ ନିଖୋଜ ହୋଇଥିବା ନେଇ ସ୍ୱାମୀ ଥାନାରେ ଏତଲା ଦେବା ଅନ୍ୟପଟେ ବ୍ରହ୍ମପୁରରେ ନିଜର ଘର ଥାଇ ମଧ୍ୟ ସ୍ତ୍ରୀ ଓ ପିଲାକୁ ବାହାରେ ଭଡ଼ା ଘରେ ରଖିବା ଘଟଣାକୁ ରହସ୍ୟ ଭିତରକୁ ଠେଲି ଦେଇଛି । ଖବର ପାଇ ମୃତକ ମହିଳାଙ୍କ ଭାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେମାନେ କାହାକୁ ସନ୍ଦେହ କରି ପାରୁନାହାନ୍ତି ବୋଲି କହିଛନ୍ତି । ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ଏକଥା ସ୍ୱଷ୍ଟ ହେଉଛି ଯେ ହତ୍ୟାକାରୀ ଜଣକ ମୃତକ ଗାୟତ୍ରୀଙ୍କ ପରିଚିତ ଥିଲା । ଯିଏକି ରାତି ୯ଟା ପରେ ସେ ଘରକୁ ଆସିଛି ।

    ଏବେ ହତ୍ୟାକାରୀକୁ ଠାବ କରିଦେଇଛି ପୋଲିସ । ତାକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ରାଜ୍ୟ ବାହାରକୁ ଯାଇଛି । ପୁରୁଣା ପ୍ରେମିକ ଭିଲିଆନ ସାଜି ପ୍ରେମିକାକୁ ହତ୍ୟା କରିଥିବାର ଜଣାପଡିଛି । ହତ୍ୟାକାରୀ ଜଣକ ଏକ ଧାରୁଆ ଅସ୍ତ୍ରରେ ସାଧୁ ସ୍ୱାଇଁଙ୍କ ସ୍ତ୍ରୀ ଗାୟତ୍ରୀ ଓ ଝିଅ ନିଲମକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଏବେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛି । ତେବେ ପୋଲିସର ତଦନ୍ତ ପରେ ହୁଏତ ସ୍ୱଷ୍ଟ ହେବ ପ୍ରକୃତ ହତ୍ୟାକାରୀ କିଏ ଓ କାହିଁକି ମହିଳାକୁ ହତ୍ୟା କଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    83 %
    1.3kmh
    100 %
    Tue
    26 °
    Wed
    31 °
    Thu
    29 °
    Fri
    31 °
    Sat
    29 °

    ସମ୍ବନ୍ଧିତ