Friday, December 12, 2025
13.1 C
Odisha

    ଅଭିନେତା, ନିର୍ଦ୍ଦେଶକ, ଗୀତିନାଟ୍ୟ ର ପ୍ରଚାରକ ନାରାୟଣ ସିଂଙ୍କ ପରଲୋକ

    ଆଗକୁ ପଢନ୍ତୁ

    ଅଭିନେତା ତଥା ଉଚ୍ଚ ନ୍ୟାୟାଳୟର ଅବସର ପ୍ରାପ୍ତ କର୍ମଚାରୀ ନାରାୟଣ ସିଂ ଙ୍କର ଆଜି ( ସେପ୍ଟେମ୍ୱର୍ ୧୭ ) ପ୍ରତ୍ୟୁଷ ରୁ ପରଲୋକ ହୋଇଯାଇଛି।୭୬ ବର୍ଷ ଭିତରେ ଶତାଧିକ ମଞ୍ଚ, ବେତାର, ଟେଲିଭିଜନ ରେ ଅଭିନୟ ବ୍ୟତିତ ଜଣେ ସରଳ, ନିଷ୍କପଟ, ମିଷ୍ଟଭାଷୀ , ବନ୍ଧୁ ବତ୍ସଳ ଓ ଧର୍ମପ୍ରାଣ ମଣିଷ ଭାବେ ତାଙ୍କର ଖ୍ୟାତି ଥିଲା।


    ପାରମ୍ପରିକ ଗୀତିନାଟ୍ୟ ର ପ୍ରଚାର ଓ ପ୍ରସାର ପାଇଁ ନିରବିଛନ୍ନ ଭାବେ ନିର୍ଦ୍ଦେଶକ, ସଂଗଠକ, ଅଭିନେତା ଭାବେ ନିଜକୁ ସମର୍ପିତ କରିଥିଲେ ।
    ସେଥିପାଇଁ ଲୁପ୍ତପ୍ରାୟ ଲୋକକଳା କୁ ବଞ୍ଚାଇ ରଖିବା ଓ ତାର ପ୍ରଚ ପ୍ରସାର ପାଇଁ ଅନବରତ ଉଦ୍ୟମ ଜାରି ରଖିଥିବା ବ୍ୟକ୍ତିତ୍ଵ ଭାବେ
    ଦେବଦାସୀ ଡାନ୍ସ ଏକାଡେମି ତରଫରୁ ଆୟୋଜନ କରାଯାଉଥିବା ସ୍ଵତନ୍ତ୍ର ଉତ୍ସବ *ପ୍ରତ୍ୟାବର୍ତନ* ରେ ନାରାୟଣ ସିଂ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

    ତାଙ୍କ ମୃତ୍ୟୁ ଖବର ଶୁଣି ବହୁ ବରିଷ୍ଠ କଳାକାର ଓ ସଂସ୍କୃତି ପ୍ରେମୀ ମାନେ ତାଙ୍କ କାଳୀ ଗଳି ବୁଢ଼ୀ ଠାକୁରାଣୀ ସ୍ଥିତ ବାସଭବନ ରେ ତାଙ୍କର ଏକତ୍ରିତ ହୋଇ ଶେଷ ଦର୍ଶନ କରି ଶୋକ ବ୍ୟକ୍ତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.1 ° C
    13.1 °
    13.1 °
    37 %
    1.2kmh
    0 %
    Thu
    13 °
    Fri
    26 °
    Sat
    26 °
    Sun
    27 °
    Mon
    28 °

    ସମ୍ବନ୍ଧିତ