Thursday, September 19, 2024
25.1 C
Odisha

    ୱାୟନାଡ ଭୂସ୍ଖଳନରେ ବଢୁଛି ମୃତ୍ୟୁ ସଂଖ୍ୟା: ୨୮୮ ଜଣଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା। କାଦୁଅ ମାଟିରେ ଏବେ ବି ଚାଲିଛି ଜୀବନର ସନ୍ଧାନ । ସେନା ଓ ଏନଡିଆରଏଫ ଉଦ୍ଧାରକାମ ଜାରି ରଖିଛନ୍ତି । ପାହାଡଉପରୁ ଖସିଥିବା ମୃତ୍ୟୁ ଫାଶରେ ପଡି ଏବେ ସୁଦ୍ଧା ୨୮୮ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି। ଆହୁରି ଶତାଧିକ ନିଖୋଜ ଅଛନ୍ତି, ସେମାନଙ୍କ କୌଣସି ଖୋଜ ଖବର କି ପତ୍ତା ମିଳୁନାହିଁ । ପ୍ରଭାବିତଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇଛି। ୱାୟନାଡର ଭୟଙ୍କର ଭୁସ୍ଖଳନରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନ ବିଚ୍ଛିନ ହେବା ଯୋଗୁଁ ଯୋଗାଯୋଗ ଓ ଯାତାୟତ ବେଶ ବାଧାପ୍ରାପ୍ତ ହୋଇପଡିଛି। ତେଣୁ ଅସ୍ଥାୟୀ ପୋଲ କରି ଉଦ୍ଧାର କାର୍ୟ୍ୟ ଚାଲିଛି। କେରଳ ପୁଲିସ, ଏନଡିଆରଏଫ ଟିମ ଓ ଭାରତୀୟ ବାୟୁସେନା ଉଦ୍ଧାରକାର୍ୟ୍ୟ ଜାରି ରଖିଛି । ଭୁସ୍ଖଳନ ପ୍ରଭାବିତଙ୍କ ପାଇଁ ଶତାଧିକ ଅସ୍ଥାୟୀ ଶିବିର ବନ୍ଦୋବସ୍ତ କରାଯିବା ସହ ୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ଓ ରାଜ୍ୟବାହାର ଡାକ୍ତରଖାନାରେ ଚାଲିଛି ଗୁରୁତରଙ୍କ ଚିକିତ୍ସା । ରାଜ୍ୟ ଓ କେନ୍ଦ୍ରସରକାର ଅନୁକମ୍ପା ସାହାଯ୍ୟ ରାଶି ଘୋଷଣା କରିବା ସହ ପଡୋଣୀ ରାଜ୍ୟମାନେ ବି ସାହାଯ୍ୟ ପାଇଁ ଆଗେଇ ଆସିଛି ସୋମବାର ଭୋରରୁ ଆସିଥିବା ଭୟଙ୍କର ଭୁସ୍ଖଳନରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ୫ ଜିଲ୍ଲା। ଚାଲିୟାର ନଦୀରେ ଅନେକ ଲୋକ ଭାସିଯିବା ଯୋଗୁଁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

    ×

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    88 %
    0.8kmh
    100 %
    Thu
    29 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ