Saturday, April 4, 2026
29 C
Odisha

    ପ୍ରଚାର ପ୍ରସାରରେ ଦଳୀୟ ଚିହ୍ନ ‘ଶଙ୍ଖ’କୁ ବ୍ୟବହାର କରିବା ମାମଲା: ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ହାଇକୋର୍ଟ ଓଡ଼ିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଦଳୀୟ ଚିହ୍ନ ‘ଶଙ୍ଖ’କୁ ବ୍ୟବହାର କରୁଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏଥି ସହିତ କୋର୍ଟ ଏହି ମାମଲା ପାଇଁ ଓଡିଶା ହାଇକୋର୍ଟରେ ଅପିଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଓଡ଼ିଶା ସରକାର ବିଭିନ୍ନ ଜନମଂଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ବିଜେଡିର ଦଳୀୟ ଚିହ୍ନ, ଶଂଖ ଚିହ୍ନକୁ ବ୍ୟବହାର କରୁଥିବା ଅଭିଯୋଗ ଆଣି ଦିଲ୍ଳୀ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ବିଜେପି ନେତା ଯତୀନ ମହାନ୍ତି। ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନ. ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ବିଭିନ୍ନ ଯୋଜନା ପାଇଁ ଦିଆଯାଉଥିବା ବିଜ୍ଞାପନରେ ଶଂଖ ଚିହ୍ନକୁ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଆସୁଛନ୍ତି ବିରୋଧୀ। ଏହା ସମ୍ବିଧାନର ଉଲଂଘନ ବୋଲି ବିରୋଧୀ କହି ଆସୁଛନ୍ତି। କିନ୍ତୁ ଶାସକ ଦଳ ବିଜଡି ଓ ରାଜ୍ୟ ସରକାର ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ