Wednesday, October 14, 2026
22.4 C
Odisha

    ମଣିପୁର ହିଂସା : ମୈତେଇ ସଂପ୍ରଦାୟକୁ ଅନୁସୂଚିତ ଜନଜାତିରେ ସାମିଲ ପାଇଁ ଦିଆଯାଇଥିବା ରାୟକୁ ରଦ୍ଦ କଲେ ମଣିପୁର ହାଇକୋର୍ଟ

    ଆଗକୁ ପଢନ୍ତୁ

    ଇମ୍ପାଲ: ଗତ କିଛି ମାସ ଧରି ହିଂସାର ସମ୍ମୁଖୀନ ହେଉଥିବା ମଣିପୁରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ମେଇତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଗତ ବର୍ଷ ଦିଆଯାଇଥିବା ରାୟର ଏକ ପାରାକୁ ହଟାଇବାକୁ ମଣିପୁର ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ମଣିପୁରର କୁକି ଏବଂ ମେଇତେଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସାର ମୁଖ୍ୟ କାରଣ ବୋଲି କୁହାଯାଉଥିଲା । ଏଣୁ ହାଇକୋର୍ଟଙ୍କୁ ଏହି ନିର୍ଦ୍ଦେଶ ପରେ ଦୁଇ ସଂପ୍ରଦାୟ ମଧ୍ୟରେ ଚାଲିଥିବା ହିଂସାର ଅବସାନ ହେବା ଆଶା କରାଯାଉଛି ।
    ଗତ ବର୍ଷ ମାର୍ଚ୍ଚ ୨୭ରେ ନିଜ ରାୟରେ ହାଇକୋର୍ଟ କହିଥିଲେ ଯେ ରାୟର ୪ ସପ୍ତାହ ମଧ୍ୟରେ ମେଇତେଇ/ମେଇତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆବେଦନକାରୀଙ୍କ ଅନୁରୋଧକୁ ରାଜ୍ୟ ସରକାର ବିଚାର କରିବେ। କିନ୍ତୁ ଗୁରୁବାର ମଣିପୁର ହାଇକୋର୍ଟ କହିଛନ୍ତି ଯେ ପୂର୍ବର ରାୟର ଏହି ପାରାଟି ( ପାରା ସଂଖ୍ୟା ୧୭(୩)) ସୁପ୍ରିମ୍ କୋର୍ଟ ସାମ୍ବିଧାନିକ ଖଣ୍ଡପୀଠଙ୍କ ଆଦେଶର ବିପରୀତ। ଏଣୁ ଉକ୍ତ ପାରାକୁ ହଟାଯିବ । ଏହି ପାରାକୁ ହଟାଇବାକୁ ଗତ ବର୍ଷ ରାଜ୍ୟ ସରକାର ହାଇକୋର୍ଟରେ ଆବେଦନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ