Saturday, October 3, 2026
23.8 C
Odisha

    ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ

    ଆଗକୁ ପଢନ୍ତୁ

    ସମ୍ବଲପୁର: ଆଜି ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ଭକ୍ତଙ୍କୁ ଧଵଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ମାଆ ସମଲେଶ୍ୱରୀ କେବଳ ମହାଳୟାରେ ଶ୍ୱେତବର୍ଣ୍ଣରେ ଦର୍ଶନ ଦେଇଥାନ୍ତି । ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ ପରେ ଗଙ୍ଗା ଗୟା ରେ ସ୍ନାନ କରିବାର ନୀତି ନିୟମ ରହିଛି, ହେଲେ ଯେଉଁ ମାନେ କୌଣସି କାରଣ ଯୋଗୁଁ ଗଙ୍ଗା, ଗୟା ଯାଇପାରନ୍ତିନାହିଁ ସେମାନେ ପିତୃପୁରୁଷ ପିଣ୍ଡ ଦାନ ପରେ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରି ସମାନ ଫଳ ପାଇଥାନ୍ତି । ବର୍ଷରେ ଥରେ ମାଆ ଧବଳମୁଖୀରେ ଦର୍ଶନ ଦେଉଥିବାରୁ ଦର୍ଶନ କରିବା ପାଇଁ ହଜ଼ାର ହଜ଼ାର ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି । ଏହି ରୂପରେ ମାଆ ଅଢେଇ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ ।

    ମନ୍ଦିର ପରିସରରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନକୁ ଶୃଙ୍ଖଳିତ କରିବା ନେଇ ପୋଲିସ ଓ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଡ ବ୍ୟବସ୍ଥା କରାଯାଇ ଧାଡି ଦର୍ଶନ ବ୍ୟବସ୍ଥା କରିଛି ମନ୍ଦିର ଟ୍ରଷ୍ଟ ବୋର୍ଡ । ଧବଳମୁଖୀ ବେଶ ପାଇଁ ମାଆଙ୍କର ସ୍ୱତନ୍ତ୍ର ମହାଆଳତୀ ମଧ୍ୟ କରାଯାଇଛି l ଦୁଇ ଦିନ ଧରି ଏହି ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମା’ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ