Saturday, March 28, 2026
25 C
Odisha

    ଅଲୁଙ୍କୁ ପୁଲିସ୍‌ ପଚାରିଲା ଏହି ୪ ପ୍ରଶ୍ନ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ: ତେଲୁଗୁ ଅଭିନେତା ଅଲୁ ଅର୍ଜୁନ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିବା ପରେ ହାଇଦ୍ରାବାଦ ପୁଲିସ ମଙ୍ଗଳବାର ତାଙ୍କୁ ପଚରାଉଚରା କରିଛି।

    ପୁଲିସ୍‌ ଅଲୁଙ୍କୁ ଯେଉଁ ପ୍ରଶ୍ନ ପଚାରିଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

    : ଆପଣ ଜାଣିଛନ୍ତି କି ପ୍ରିମିୟରକୁ ଆସିବା ପାଇଁ ପୁଲିସର ଅନୁମତି ନଥିଲା ବୋଲି?

    : ପୁଲିସର ଅନୁମତି ନମିଳିବା ସତ୍ତ୍ୱେ ଏହି ଯୋଜନା (ଅଭିନେତା ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗଦେବା ପାଇଁ) ଜାରି ରଖିବାକୁ କିଏ ଆହ୍ବାନ କରିଥିଲା?

    : ବାହାରେ ହୋଇଥିବା ଦଳାଚକଟା ସଂପର୍କରେ ଆପଣଙ୍କୁ କେହି ପୁଲିସ୍‌ ଅଧିକାରୀ ସୂଚନା ଦେଇଥିଲେ କି?

    : ଆପଣ ମହିଳାଙ୍କ ମୃତ୍ୟୁ ବିଷୟରେ କେବେ ଜାଣିଲେ?

    ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାବାଳକ ପୁଅ ଗୁରୁତର ହୋଇ ଏବେ ବି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଏହି ମାମଲ‌ା‌ରେ ପୁଲିସ୍‌ ଡିସେମ୍ବର ୧୩ ତାରିଖରେ ଅଲୁଙ୍କୁ ଗିରଫ କରିଥିଲା। ତେବେ ଏହି ଦଳଚକଟା ମାଲାରେ ପୂର୍ବରୁ ଡିସେମ୍ବର ୮ ତାରିଖରେ ଥିଏଟର ମାଲିକ, ଜେନେରାଲ ମ୍ୟାନେଜର ଏବଂ ସୁରକ୍ଷା ପରିଚାଳକଙ୍କୁ ଗିରଫ କରାଯାଇଥିଲା।

    ପୀଡିତାଙ୍କ ସ୍ୱାମୀ ସୋମବାର ଏନଡିଟିଭି ସହ କଥା ହୋଇ କହିଛନ୍ତି ଯେ ଡିସେମ୍ବର ୪ରେ ଘଟିଥିବା ଘଟଣା ପାଇଁ ସେ ଅଲୁ ଅର୍ଜୁନଙ୍କୁ ଦାୟୀ କରନ୍ତି ନାହିଁ ଏବଂ ତାଙ୍କ ବିରୋଧରେ ଦାଖଲ ହୋଇଥିବା ପୁଲିସ ମାମଲା ପ୍ରତ୍ୟାହାର କରିବାକୁ ସେ ପ୍ରସ୍ତୁତ ଅଛନ୍ତି।

    ତେବେ ଦଳାଚକଟାରେ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବାଳକ ଭାସ୍କରଙ୍କୁ ଅଭିନେତା ଉତ୍ତମ ଧରଣର ଚିକିତ୍ସା ଯୋଗାଇ ଦେଇଛନ୍ତି। ତାଙ୍କ ମା’ଙ୍କ ମୃତ୍ୟୁ ବିଷୟରେ ଏପର୍ଯ୍ୟନ୍ତ ତାଙ୍କୁ କୁହାଯାଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    50 %
    2.3kmh
    30 %
    Sat
    39 °
    Sun
    40 °
    Mon
    40 °
    Tue
    38 °
    Wed
    38 °

    ସମ୍ବନ୍ଧିତ