Tuesday, April 7, 2026
31.9 C
Odisha

    ଖର୍ଗେଙ୍କୁ ନିନ୍ଦା କଲେ ଅମିତ ଶାହା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସର ବରିଷ୍ଠ ନେତା ମଲ୍ଳିକାର୍ଜୁନ ଖର୍ଗେଙ୍କୁ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।

    ମଲ୍ଳିକାର୍ଜୁନ ଖର୍ଗେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ‘‘ମୋଦୀ କ୍ଷମତାରୁ ହଟିବା ଦେଖିବା ପାଇଁ ମୁଁ ଜୀବିତ ରହିବି।’’ ଶାହା ତାହାର ଉତ୍ତରରେ କହିଛନ୍ତି ଯେ ଖର୍ଗେଙ୍କ ଏହି ମନ୍ତବ୍ୟ ମୋଦୀଙ୍କ ପ୍ରତି ତାଙ୍କର ଘୃଣା ଓ ଭୟକୁ ଦର୍ଶାଉଛି। ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ମୋଦୀଙ୍କ ସଂପର୍କରେ କହିଥିବା କଥା ଏକଦମ ଅପମାନଜନକ ବୋଲି କହିଛନ୍ତି ଶାହା।

    ଶାହା ଏକ ଦୀର୍ଘ ଟ୍ବିଟର୍‌ ପୋ‌ଷ୍ଟ୍‌ କରି ଲେଖିଛନ୍ତି, ‘‘କଂଗ୍ରେସ ସଭାପତି ମଲ୍ଳିକାର୍ଜୁନ ଖର୍ଗେଜୀ ଗତକାଲି ନିଜ ଭାଷଣରେ ନିଜ ଦଳ ଓ ଦଳର ନେତାମାନଙ୍କୁ ଲଜ୍ଜିତ କରିଛନ୍ତି। ସେ ଅଯଥାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତା‌ଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ସହ ଯୋଡ଼ିକରି କହିଛନ୍ତି। ଏଥିରୁ ଜଣାପଡୁଛି ଯେ କଂଗ୍ରେସ ମୋଦୀଙ୍କ ପ୍ରତି କେତେ ଭୟ ଓ ଘୃଣା ରହିଛି। ଯାହାଫଳରେ ସେ ସର୍ବଦା ମୋଦୀଙ୍କ ବିଷୟରେ ହିଁ ଭାବୁଛନ୍ତି। ଖର୍ଗେଜୀଙ୍କ ସ୍ବାସ୍ଥ୍ୟ ପାଇଁ ମୋଦୀଜୀ ପ୍ରାର୍ଥନା କରନ୍ତି, ମୁଁ ପ୍ରାର୍ଥନା‌ କରେ ଓ ଆମେ ସସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଦୀର୍ଘ ଦିନ ବଞ୍ଚିରୁହନ୍ତୁ। ୨୦୪୭ରେ ବିକଶିତ ଭାରତକୁ ଦେଖିବା ପାଇଁ ବଞ୍ଚିରୁହନ୍ତୁ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ