Friday, April 3, 2026
39.1 C
Odisha

    ଖାଇବାର ତୁରନ୍ତ ପରେ ପିଅନ୍ତୁ ନାହିଁ ପାଣି, ନଚେତ୍ ଭୋଗିବେ ଏସବୁ ସମସ୍ଯା

    ଆଗକୁ ପଢନ୍ତୁ

    ପାଣି ପିଇବା ଏକ ଭଲ ଗୁଣ ହୋଇଥାଏ । କୌଣସି ବି ରୋଗରୁ ରକ୍ଷା ପାଇବା ପାଇଁ ପାଣି ରାମ ବାଣ ସଦୃଶ୍ୟ । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଖାଇବା ସମୟରେ ପାଣି ପିଇବା କେତେ ହାନିକାରକ ହୋଇଥାଏ । ଏହି ସମସ୍ଯା ସିଧା ସଳଖ ଭାବେ ପାଚନ ପକ୍ରିୟା ଉପରେ ପଡିଥାଏ ।

    ମନେରଖିବେ ଖାଇବାର ଅଧଘଣ୍ଟା କି ଏକ ଘଣ୍ଟା ପର୍ଯ୍ଯନ୍ତ ପାଣି ପିଇବା ଉଚିତ୍ ନୁହେଁ । ଆର୍ୟୁରବେଦ ଅନୁଯାୟୀ, ଖାଇ ସାରି ପାଣି ପିଇବା ବିଷ ପିଇବା ସହ ସମାନ ହୋଇଥାଏ। ଖାଇ ସାରି ପାଣି ପିଇଲେ ଖାଦ୍ଯ ହଜମ ଶକ୍ତି ନଷ୍ଟ ହୋଇଥାଏ। ଯାହା ଫଳରେ ଖାଇ ଥିବା ଖାଦ୍ଯ ସଠିକ୍ ଭାବେ ହଜମ ହୁଏ ନାହିଁ। ଖାଦ୍ଯ ହଜମ ନହେବା ଦ୍ବାରା ଆମାସୟରେ ଖାଦ୍ଯ ସଢିବାକୁ ଲାଗେ ଓ ଏ ସବୁ କାରଣ ପାଇଁ ଗ୍ଯାସ୍, ଏସିଡ୍ ହେବା ଆରମ୍ଭ କରିଦିଏ । ଯାହା କି ଆମ ଶରୀରର ପାଇଁ କ୍ଷତିକାରକ ।

    ଆର୍ୟୁରବେଦ ଅନୁସାରେ ଖାଇ ସାରିବାର ପୁରା ୧ ରୁ ୨ ଘଣ୍ଟା ବ୍ଯବଧାନରେ ପାଣି ପିଇବା ଉଚିତ୍। ଏବଂ ଖାଇବାର ଅଧ ଘଣ୍ଟା ପୂର୍ବରୁ ପାଣି ପିଇ ନେବା ଆବଶ୍ଯକ । କାରଣ ପାଣି ପିଇବା ପରେ ପରେ ଖାଇବା ଶରୀର ପାଇଁ ଉଚିତ୍ ନୁହେଁ ।

    ଆର୍ୟୁରବେଦରେ ଏହା ମଧ୍ୟ କୁହାଯାଇଛି କି ଶୋଇକି ଉଠିବା ପରେ ମଧ୍ୟ ପାଣି ପିଇବା ଉଚିତ୍ ନୁହେଁ । ଏହି ସବୁ ଜିନିଷ ପ୍ରତିଦିନ କରିବା ଦ୍ବାରା ଆମକୁ କୌଣସି ରୋଗ ହୋଇ ନଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ