Thursday, March 19, 2026
22.8 C
Odisha

    ମୋ ପାଟି ଖୋଲନ୍ତୁ ନାହିଁ: ଜୟରାମଙ୍କୁ ଧନକରଙ୍କ ତାଗିଦ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୃଷକ ପ୍ରସଙ୍ଗରେ ବୁଧବାର ରାଜ୍ୟସଭାରେ ଏକ ବଡ଼ ଧରଣର ହଙ୍ଗାମା ସୃଷ୍ଟି ହୋଇଛି।  କଂଗ୍ରେସ ସାଂସଦ ରଣଦୀପ ସୁରଜେୱାଲା ନିୟମ ୨୬୭ ଅନୁଯାୟୀ କୃଷକମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି)ର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ପ୍ରସଙ୍ଗରେ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ଏହା ଅନ୍ତର୍ଗତ ସେ ଚାହୁଁଥିଲେ ଯେ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରନ୍ତୁ, କିନ୍ତୁ ଅଧ୍ୟକ୍ଷ ଜଗଦୀପ ଧନକର ଏହି ନୋଟିସ ଉପରେ ଆଲୋଚନା କରିବାକୁ ଅନୁମତି ଦେଇ ନ ଥିଲେ।ଏହା ଉପରେ ବିରୋଧୀ ଦଳର ସଦସ୍ୟମାନେ କ୍ରୋଧିତ ହୋଇ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଆରମ୍ଭ କରି ଦେଇଥିଲେ। ସେମାନଙ୍କ ଚ ମଧ୍ୟରେ ଅଧ୍ୟକ୍ଷ ଜଗଦୀପ ଧନକର କ୍ରୋଧିତ ହୋଇ ବିରୋଧୀ ସଦସ୍ୟଙ୍କୁ ତାଗିଦ୍ କରିଥିଲେ।

    ଅଧ୍ୟକ୍ଷ ବିରୋଧୀ ସଦସ୍ୟଙ୍କୁ କଟାକ୍ଷ କରି କହିଥିଲେ ଆପଣମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମା‌ନେ ନାଟକ କରୁଛନ୍ତି। ସେ କହିଥିଲେ,କୁମ୍ଭୀର କାନ୍ଦଣା କାନ୍ଦିଲେ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଆପଣ କୃଷକଙ୍କ ସମସ୍ୟାର ସମାଧାନ କରିବାକୁ ଚାହୁଁନାହାନ୍ତି। କୃଷକମାନେ ଆପଣଙ୍କର ଶେଷ ପ୍ରାଥମିକତା ଅଟନ୍ତି। ଅଧ୍ୟକ୍ଷ ଏହା ମଧ୍ୟ କହିଛନ୍ତି ଯେ ଗୃହରେ ୫ଦିନ ଧରି ସାଧାରଣ କାର୍ଯ୍ୟ  ହୋଇପାରି ନାହିଁ।

    ନିୟମ ୨୬୭ ଅନୁଯାୟୀ ନୋଟିସ ଯୋଗୁ ପ୍ରକ୍ରିୟା ଚାଲିପାରିଲା ନାହିଁ ଏବଂ ଏହି ନୋଟିସଗୁଡ଼ିକ ମଧ୍ୟରୁ କୌଣସିଟି କୃଷକଙ୍କ ପ୍ରସଙ୍ଗରେ ନ ଥିଲା। ବର୍ତ୍ତମାନ ଆପଣମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସଦସ୍ୟମାନଙ୍କର ନାମ ନେବାକୁ ସେ ଚେତାବନୀ ମଧ୍ୟ ଦେଇଥିଲେ। ଏହା ପରେ ଅଧ୍ୟକ୍ଷ ଗୃହର ପ୍ରକ୍ରିୟା ଜାରି ରଖିଥିଲେ।

    କୃଷକ ପ୍ରସଙ୍ଗ ଉଠାଇ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଥିଲେ, ଅନ୍ନଦାତାଙ୍କୁ ଲାଠିରେ ପିଟା ଯାଉଛି। ସର୍ବନିମ୍ନ ସହାୟକ ମୂଲ୍ୟର ପ୍ରତିଶ୍ରୁତି ପୂରଣ ହୋଇନାହିଁ। ସେ ଅଭିଯୋଗ କରିଥିଲେ, ଏହି ସରକାର କୃଷକଙ୍କ ଶତ୍ରୁ ଏବଂ କୃଷକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

    ପ୍ରମୋଦ ତିୱାରୀଙ୍କ ବକ୍ତବ୍ୟ ପରେ ଜୟରାମ ରମେଶ କିଛି କହିଥିଲେ, ଯାହା ଉପରେ ଅଧ୍ୟକ୍ଷ ଜଗଦୀପ ଧନକର କ୍ରୋଧିତ ହୋଇଥିଲେ। ସେ କହିଥିଲେ, ଜୟରାମଜୀ, ମୋର ପାଟି ଖୋଲନ୍ତୁ ନାହିଁ।

    ପ୍ରମୋଦ ତିୱାରୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଆପଣ ଅନୁମତି ଦେଲି କାରଣ ଆପଣ ହଙ୍ଗାମା ସୃଷ୍ଟି କରୁଛନ୍ତି। ମୁଁ ବିତର୍କରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହିଁ। ତା’ପରେ ଅଧ୍ୟକ୍ଷ ଆପ୍‌ର ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ବ୍ୟାଙ୍କିଙ୍ଗ ସହ ଜଡିତ ଏକ ପ୍ରସଙ୍ଗରେ କହିବାକୁ କହିଥିଲେ। ଏହି କାରଣରୁ ବିରୋଧୀ ସଦସ୍ୟମାନେ କୃଷକମାନଙ୍କ ପ୍ରସଙ୍ଗରେ ନାରାବାଜି କରି ଗୃହ ତ୍ୟାଗ କରି ବାହାରକୁ ପଳାଇ ଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.8 ° C
    22.8 °
    22.8 °
    58 %
    3kmh
    95 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ