Tuesday, July 7, 2026
29.7 C
Odisha

    E-20 ପେଟ୍ରୋଲ ବିକ୍ରିକୁ ନେଇ କଡ଼ା ପ୍ରତିବାଦ, ଦିଲ୍ଲୀର ଯନ୍ତର ମନ୍ତରରେ ସ୍ବର ଉତ୍ତୋଳନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : E-20 ପେଟ୍ରୋଲ ବିକ୍ରିକୁ ନେଇ ବିଭିନ୍ନ ମହଲରେ କଡ଼ା ପ୍ରତିବାଦ । ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ସତ୍ତ୍ବେ ଏହାର ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗାଡ଼ିଚାଳକ। ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାର ଦ୍ୱାରା ଗାଡିର ଇଞ୍ଜିନ ଓ ମାଇଲେଜ ଗୁରୁତର ପ୍ରଭାବିତ ହେଉଥିବା ଗ୍ରାହକମାନେ ଅଭିଯୋଗ କରୁଛନ୍ତି । ପ୍ରତିବାଦରେ ଦିଲ୍ଲୀର ଯନ୍ତର ମନ୍ତରଠାରେ ଗାଡ଼ି ଚାଳକ ଓ ସାଧାରଣ ଲୋକେ ଏକାଠି ହୋଇ E-20 ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ।

    ତହସିନ୍ ପୁନାୱାଲା ଏବଂ ତାଙ୍କ ସମର୍ଥକମାନେ “TEAM BHARAT against the Ethanol Scam” ବ୍ୟାନର ଆଧାରରେ ଏହି ବିକ୍ଷୋଭ ପ୍ରଦର୍ଶନର ନେତୃତ୍ୱ ନେଇଥିଲେ । E20 ପେଟ୍ରୋଲ୍ ଦେଶର ସମସ୍ତ ପମ୍ପରେ ବିକ୍ରି ହେବା ପରେ ଗାଡ଼ି ମାଲିକମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ଦାବି କରିଛନ୍ତି । ଗାଡିର ମାଇଲେଜ ପ୍ରାୟ ୧୦ରୁ ୨୦ ପ୍ରତିଶତ କମୁଥିବା ବେଳେ ଇଞ୍ଜିନ୍ ଓ ଫୁଏଲ୍ ସିଷ୍ଟମ୍ ନଷ୍ଟ ହେଉଛି । ଇଥାନଲ ବାୟୁରୁ ପାଣି ଟାଣୁଥିବାରୁ ତେଲ ଟାଙ୍କି ଓ ପାଇପରେ କଳଙ୍କି ଲାଗୁଛି ।

    ଏହାବ୍ୟତୀତ ରବର ଓ ପ୍ଲାଷ୍ଟିକ୍ ପାର୍ଟସ୍ ଶୀଘ୍ର ଖରାପ ହେବା ସହ ଫୁଏଲ୍ ପମ୍ପ ଜାମ୍ ହେଉଛି ଓ ମଝି ରାସ୍ତାରେ ଗାଡ଼ି ବନ୍ଦ ହେଉଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗ୍ରାହକ । ସେପଟେ E-20 ଇନ୍ଧନ ବିରୋଧରେ ହେଉଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଗାଡ଼ି ନିର୍ମାତା ସଂଘ (SIAM) । ତେବେ ଗାଡିର ମାଇଲେଜ ସାମାନ୍ୟ ହ୍ରାସ ପାଇବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    69 %
    3.8kmh
    92 %
    Tue
    31 °
    Wed
    31 °
    Thu
    30 °
    Fri
    26 °
    Sat
    29 °

    ସମ୍ବନ୍ଧିତ