Monday, July 27, 2026
30.1 C
Odisha

    ବଢୁଛି ହୀରାକୁଦ ଜଳସ୍ତର, ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ, ତଳିଆ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ

    ଆଗକୁ ପଢନ୍ତୁ

    ସମ୍ବଲପୁର : ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ତଳିଆ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ । ଲଗାଣ ବର୍ଷାରେ ସମ୍ବଲପୁରର ହାଲ୍ ବେହାଲ। ସମ୍ବଲପୁରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ, ନାଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ହୀରାକୁଦରୁ ଡ୍ୟାମ୍ ର ଗେଟ୍ ଖୋଲାଯିବା ନେଇ ସୂଚନା ଦିଆଯାଇଛି ।

    ହୀରାକୁଦ ଡ୍ୟାମର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ଜୁଲାଇ ୯ ତାରିଖରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଗୁରୁବାର ଦିନ ୧୧ଟାରେ ଡ୍ୟାମର ଗେଟ୍ ଖୋଲାଯିବ, ତେଣୁ ମହାନଦୀ ତଳିଆ ଅଞ୍ଚଳରେ ସତର୍କ ରହିବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ହୀରାକୁଦ ଜଲଭଣ୍ଡାର କର୍ତ୍ତୃପକ୍ଷ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି । ଗେଟ୍ ଖୋଲିବା ସମୟରେ ମହାନଦୀ ଭିତରକୁ କେହି ଯେପରି ନଯାଆନ୍ତି ସେଥିପାଇଁ ମଧ୍ୟ ସତର୍କ କରାଯାଇଛି । ସକାଳ ୬ ଟା ସୁଦ୍ଧା ଜଲଭଣ୍ଡାରର ଜଳସ୍ତର ରହିଛି ୬୦୫. ୬୫ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୫୬ ହଜ଼ାର କ୍ୟୁସେକ ଜଳ ପ୍ରବେଶ କରୁଛି l ଉପରେ ମୁଣ୍ଡରେ ଲଗାଣ ବର୍ଷା ଫଳରେ ୯ରେ ଖୋଲିବ ହୀରାକୁଦ ଗେଟ୍। ଉପରମୁଣ୍ଡରେ ବର୍ଷା ଯୋଗୁ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.1 ° C
    30.1 °
    30.1 °
    74 %
    3kmh
    100 %
    Mon
    30 °
    Tue
    24 °
    Wed
    25 °
    Thu
    29 °
    Fri
    30 °

    ସମ୍ବନ୍ଧିତ