Wednesday, September 30, 2026
22.7 C
Odisha

    ଲଘୁଚାପ ବର୍ଷା ପାଇଁ ଅଶାନ୍ତ ସମୁଦ୍ର, ଫସିଲେ ମାଛଧରା ବୋଟ୍

    ଆଗକୁ ପଢନ୍ତୁ

    ପାରାଦୀପ : ଲଘୁଚାପ ବର୍ଷା ପାଇଁ ଅଶାନ୍ତ ସମୁଦ୍ର । ପାରାଦୀପ ବନ୍ଦର ବର୍ଥରେ ଆଶ୍ରୟ ନେଇଛନ୍ତି ପାଖାପାଖି ୬୦ରୁ ଅଧିକ ମାଛଧରା ବୋଟ୍ । ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଅଶାନ୍ତ ହୋଇପଡିଛି ସମୁଦ୍ର । ଫଳରେ ଗଭୀର ସମୁଦ୍ରରେ ଥିବା ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳର ମାଛଧରା ବୋଟ୍ ଗୁଡ଼ିକ ବନ୍ଦର ନିଷିଦ୍ଧାଞ୍ଚଳର ବର୍ଥରେ ଆଶ୍ରୟ ନେଇଛନ୍ତି ।

    ପାଗ ଖରାପ ଯୋଗୁଁ ମତ୍ସ୍ୟଜୀବୀ ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବା ସହିତ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ କିଛି ବୋଟ୍ ସମୁଦ୍ରରେ ଥିବା ବେଳେ ପାଗରେ ପରିବର୍ତ୍ତନ ହୋଇଥିଲା ଏବଂ ଗଭୀର ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁଁ ମତ୍ସ୍ୟଜୀବୀ ମାନେ ଭୟଭୀତ ହୋଇ ନିଜ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରିଥିଲେ। ଆନ୍ଧ୍ର ମତ୍ସ୍ୟ ବିଭାଗ ପକ୍ଷରୁ ପାରାଦୀପ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସହିତ ଯୋଗାଯୋଗ କରାଯିବା ପରେ, ପାରାଦୀପ ବନ୍ଦର ବୋଟ୍ ଗୁଡିକୁ ନିଷିଦ୍ଧାଞ୍ଚଳରେ ପ୍ରବେଶ ପାଇଁ ଅନୁମତି ଦେଇଥିଲେ। ସନ୍ଧ୍ୟା ସୁଦ୍ଧା ପାଖାପାଖି ୬୦ ବୋଟ୍ ଆଶ୍ରୟ ନେଇଥିବା ବେଳେ ଆହୁରି ଅନେକ ବୋଟ୍ ବନ୍ଦର ମୁହାଁ ହୋଇଛନ୍ତି।

    ବନ୍ଦର ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ବେଳେ ମହାନଦୀ ମୁହାଣ ପୋତି ହୋଇ ପଡ଼ିଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବୋଟ୍ ଗୁଡ଼ିକ ମୁହାଣ ଦେଇ ମାଛଧରା ବନ୍ଦରକୁ ପଶିପାରୁ ନଥିବା ଅଭିଯୋଗ କରିଛି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ