Monday, March 30, 2026
25.1 C
Odisha

    ସନ୍ଦୀପ ଘୋଷଙ୍କ ଅନ୍ୟ ୨ ସଂପର୍କୀୟଙ୍କ ଘରେ ଇଡି ଚଢ଼ାଉ ଆରମ୍ଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଆରଜି କର ମେଡିକାଲ ଏବଂ ହସ୍ପିଟାଲ ସହିତ ଜଡିତ ଆର୍ଥିକ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପଶ୍ଚିମବଙ୍ଗର ହାୱଡ଼‌ା, ସୋନାରପୁର ଏବଂ ହୁଗଳିରେ ଏକାଧିକ ସ୍ଥାନରେ ଚଢ଼ାଉ କରିଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ଆରଜି କର ମେଡକାଲ୍‌ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଅନ୍ୟ ଦୁଇ ସଂପର୍କୀୟଙ୍କ ଘରେ ଇଡି ଏହି ଚଢ଼ାଉ କରିଛି। ସକାଳୁ ଇଡି ପଶ୍ଚିମବଙ୍ଗର ୩ଟି ସ୍ଥାନରେ ଚଢ଼ାଉ କରିଥିବା ବେଳେ ଏବେ ଆହୁରି ୨ଟି ଭିନ୍ନ ସ୍ଥାନରେ ବି ଚଢ଼ାଉ ଆରମ୍ଭ ହୋଇଛି। ଚଳିତ ବର୍ଷ ଅଗଷ୍ଟରେ, ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲ‌ାରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ଗତ ସପ୍ତାହରେ କେନ୍ଦ୍ରୀୟ ଏଜେନ୍ସି ଆରଜି କର ମେଡିକାଲ କଲେଜରେ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଥିଲେ। ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଏଫ୍ଆଇଆର୍ ଆଧାରରେ ଏହି ମାମଲା ପଞ୍ଜିକୃତ ହୋଇଥିଲା।

    ଆରଜି କର ମେଡିକାଲ ଏବଂ ହସ୍ପିଟାଲ ସହିତ ଜଡିତ ଆର୍ଥିକ ହେ୍‌ଫେର୍‌ରେ ସନ୍ଦୀପ ଘୋଷ ଓ ତାଙ୍କ ସଂର୍କୀୟମାନଙ୍କ ହାତ ଥିବା ଅଭିଯୋଗ ହୋଇଛି। ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ଗୋଟାଏ ପରେ ଗୋଟାଏ ମାମଲା ମୁଣ୍ଡ ଟେକିଛି। ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ସହ ଏହାର ଆର୍ଥିକ ଦିଗକୁ ନେଇ ମଧ୍ୟ ଏବେ ତଦନ୍ତ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ