Tuesday, March 24, 2026
21.9 C
Odisha

    ସୁପ୍ରିମକୋର୍ଟ ପହଞ୍ଚିଲା ଶିକ୍ଷା ମନ୍ତ୍ରାଳୟ, କାରଣ ଜାଣନ୍ତୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନିଟ୍ ପେପର ଲିକ୍ ମାମଲାକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ନିଟ୍ ରେ ଉନ୍ନତି ଆଣିବା ପାଇଁ ଗଠିତ କମିଟିର ଚୂଡ଼ାନ୍ତ ରିପୋର୍ଟ ଉପସ୍ଥାପନ ପାଇଁ ଅଧିକ ସମୟ ଦେବାକୁ ଶିକ୍ଷା ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏଥିପାଇଁ ଶିକ୍ଷା ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଆବେଦନ କରିଛି।

    ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ଉନ୍ନତି ପାଇଁ ଗଠିତ ହାଇପାୱାର କମିଟିକୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ ଅତିରିକ୍ତ ୩ ସପ୍ତାହ ସମୟ ଦେବାକୁ ମନ୍ତ୍ରଣାଳୟ ସୁପ୍ରିମ୍ କୋର୍ଟଙ୍କୁ ନିବେଦନ କରିଛି। ଏହା ପୂର୍ବରୁ କୋର୍ଟ କମିଟିକୁ ସେପ୍ଟେମ୍ବର ୩୦ ସୁଦ୍ଧା ଜବାବ ମାଗିଥିଲେ। ଏହା ପୂର୍ବରୁ ସୁପ୍ରିମ୍ କୋର୍ଟ ଏନଟିଏ ତଦାରଖ ପାଇଁ ଗଠିତ ଏକ ବିଶେଷଜ୍ଞ କମିଟିକୁ ନିଟ୍ ପାଇଁ ଏସ୍ଓପି ପ୍ରସ୍ତୁତ କରିବା ଏବଂ ସାଇବର ସୁରକ୍ଷାରେ ଦୁର୍ବଳତାକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

    ନିକଟରେ ସିବିଆଇ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଦ୍ୱିତୀୟ ଚାର୍ଜସିଟରେ ଅଭିଯୋଗ କରିଥିଲା ଯେ ଝାଡ଼ଖଣ୍ଡର ହଜାରୀବାଗସ୍ଥିତ ଓଏସିସ୍ ସ୍କୁଲର ପ୍ରଧାନ ଶିକ୍ଷକ ଓ ଉପାଧ୍ୟକ୍ଷ ଅନ୍ୟମାନଙ୍କ ସହ ମିଶି ପ୍ରଶ୍ନପତ୍ର ଚୋରି କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଅଧିକାରୀମାନେ କହିଥିଲେ ଯେ ଏହି ଚାର୍ଜସିଟ୍ ପାଟନାର ଏକ ସ୍ୱତନ୍ତ୍ର ଅଦାଲତରେ ଦାଖଲ କରାଯାଇଥିଲା, ଯେଉଁଥିରେ ପ୍ରଧାନ ଶିକ୍ଷକ ଏହସାନୁଲ ହକ୍, ଉପାଧ୍ୟକ୍ଷ ମହମ୍ମଦ ଇମ୍ତିଆଜ୍ ଆଲାମ୍ ଏବଂ ଅନ୍ୟ ଚାରି ଜଣଙ୍କ ନାମ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    64 %
    1.9kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ