Monday, April 6, 2026
23.6 C
Odisha

    ହାତୀ ଉପଦ୍ରବ: ମାଟିରେ ମିଶାଇଦେଲେ ଘର

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଗତ ଏକ ମାସ ହେଲା କନ୍ଧମାଳ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରୁ କନ୍ଧମାଳ ଜିଲ୍ଲାର କଳିଙ୍ଗା ସେକ୍ସନର କୁରୁମିଙ୍ଗିଆ, ରେଟୁଡି, ସୁଜେଲି, ଗାମୁଲି, ପିଡ଼ିକାମାହା, ପଦାସାହି ପ୍ରଭୁତି ଅଞ୍ଚଳରେ ବୁଲି ବୁଲି ବ୍ୟାପକ ଫସଲ ନଷ୍ଟ କରିବା ସହ ରେଟୁଡିରେ ଜଣେ ଯୁବକକୁ ଆକ୍ରମଣ କରି ଆହତ କରିବା ସହ ବହୁ କ୍ଷୟ କ୍ଷତି କରିଚାଲିଥିବା ବେଳେ ଆଜି ଘୁ.ଉଦୟଗିରି କଳିଙ୍ଗା ମୁଖ୍ୟ ସଡକ କଡେ ଅବସ୍ଥିତ ରାଇପଦା ନିକଟସ୍ତ ନିଜ ପଦରରେ ରହି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା କେତୋଟି ଅସହାୟ ଗରିବ ପରିବାରର ଜୀବନ ଜୀବିକା ଉଜାଡ଼ି ଦେଇଛନ୍ତି ୨୫ଟିକିଆ ହାତୀପଲ।
    ସୂଚନା ଅନୁସାରେ ଗତକାଲି ରାତିରେ ୨୫ଟି କିଆ ହାତୀପଲ ହଟାତ୍ ରାଇପଦା ନିକଟରେ ରହି ଚାଷ କାର୍ଯ୍ୟ ପରିବାର ପ୍ରତିପୋଷଣ କରୁଥିବା କରୁଥିବା ବିରାଜିନି ସାହୁ,
    ସିମାଞ୍ଚଳ ପ୍ରଧାନ, ଶୈଳାଶ ଚନ୍ଦ୍ର ନାୟକ ଏବଂ ଅନ୍ୟାନ୍ୟ ଲୋକଙ୍କ ବାଡ଼ି ବଗିଚାରେ ପଶି ଲକ୍ଷାଧିକ ଟଙ୍କାର ଫସଲ କ୍ଷୟକ୍ଷତି କରିଛନ୍ତି ଏବଂ ସେମାନେ ରହୁଥିବା ଘର ମଧ୍ୟ ଭାଙ୍ଗିଛନ୍ତି ଓ ଆମ୍ବ ଗଛ, ପଣସ ଗଛ, କଦଳୀ, ବାଉଁଶ, ନଡ଼ିଆ, ସପୁରୀ ଭଳି ଅନେକ ମୂଲ୍ୟବାନ ଗଛ ନଷ୍ଟ କରିବା ସଙ୍ଗେ ସଙ୍ଗେ ରଖାଯାଇଥିବା ୧୨ ବସ୍ଥା ଧାନ ମଧ୍ୟ ଖାଇଛନ୍ତି। ଏଣୁ ଏହି ଗରିବ ଲୋକଙ୍କ ପରିବାର ପ୍ରତିପୋଷଣ ନିମନ୍ତେ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଅଞ୍ଚଳବାସୀ ସରକାରଙ୍କ ନିକଟରେ ବିନମ୍ର ଅନୁରାଧା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ