Tuesday, September 22, 2026
23.9 C
Odisha

    ବଜାର ମୁଖ୍ୟରାସ୍ତା ପାର୍ଶ୍ୱରୁ ଜବର ଦଖଲ ଉଛେଦ ଦାବି

    ଆଗକୁ ପଢନ୍ତୁ

    ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା-ମାଣତ୍ରୀ ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମିରେ ଦୀର୍ଘଦିନ ଧରି ମାଡ଼ି ବସି ଦୋକାନ ଘର କରିବା ସମେତ ଘର ନିର୍ମାଣ କରି ଅନ୍ୟ ବ୍ୟବସାୟୀଙ୍କୁ ଭଡ଼ା ସୂତ୍ରରେ ଦିଆଯାଉଥିବା ଏକାଧିକ ବେଆଇନ ଦୋକାନ ଗୃହ ପାଇଁ ବୈଶିଙ୍ଗା ମୁଖ୍ୟ ବସଷ୍ଟାଣ୍ଡ ସଂକୁଚିତ ହେବା ସହିତ ଚାଲିଥିବା ବୈଶିଙ୍ଗା-ମାଣତ୍ରୀ ପ୍ରଶସ୍ତୀକରଣ କାର୍ଯ୍ୟରେ ବାଧା ଉପୁଜୁଥିବା ଦର୍ଶାଇ ଜବରଦଖଲ ଉଛେଦ ଦାବିରେ ସ୍ଥାନୀୟ ୨ସରପଞ୍ଚଙ୍କ ସମେତ ଶତାଧିକ ସ୍ଥାନୀୟ ବାସିନ୍ଦାଙ୍କ ସ୍ଵାକ୍ଷରିତ ଏକ ଲିଖିତ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଅଞ୍ଚଳବାସୀl

    ସୂଚନା ଅନୁଯାଇ ପୂର୍ତ୍ତ ବିଭାଗ ଅଧୀନ ଏମଡିଆର-୭୦ ରୁପ୍ସା-ଉଦଳା ରାସ୍ତାର ଉନ୍ନତୀକରଣ ପ୍ରରିପେକ୍ଷୀରେ ପ୍ରଥମତ ବୈଶିଙ୍ଗା ଠାରୁ ଭୀମଦା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁଅଛିl ଉକ୍ତ ରାସ୍ତାର ଭୀମଦା ପଟରୁ ରାସ୍ତା କାମ ପ୍ରାୟତଃ ସରି ଆସିବାକୁ ବସିଥିବାବେଳେ କିନ୍ତୁ ବୈଶିଙ୍ଗା ବଜାରରୁ ବାହାରି ଥାନା ପାର୍ଶ୍ୱ ଦେଇ ବୈଶିଙ୍ଗା ଡାକ୍ତରଖାନାକୁ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ବଜାର ରାସ୍ତା ସମ୍ପୂର୍ଣ ନଷ୍ଟ ହୋଇଯାଇଛିl ହେଲେ ଉକ୍ତ ରାସ୍ତା ପାର୍ଶ୍ୱସ୍ଥ ସରକାରୀ ଜମିରେ ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମେୟ ଲୋକ ଦୋକାନ ଗୃହ ନିର୍ମାଣ କରି ବ୍ୟବସାୟ କରିବା ସହିତ ଅନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ଭଡ଼ା ସୂତ୍ରରେ ଦେଇ ଭଲ ରୋଜଗାର କରୁଛନ୍ତି l ଏମିତିକି କିଛି ନ୍ୟସ୍ତସ୍ଵାର୍ଥ୍ୟ ଲୋକ ସରକାରୀ ଜାଗାକୁ ମାଡ଼ିବସି ନିଜ ଅକ୍ତିୱାରକୁ ନେଇ ପରେ ଅନ୍ୟ ଲୋକକୁ ବିକ୍ରୟ କରିଥିବା ମଧ୍ୟ ଅଭିଯୋଗ ରହିଛିl ହେଲେ ପ୍ରଶାସନ ଏବେ ରାସ୍ତାର ପ୍ରଶସ୍ତିକରଣ ତଥା ବସଷ୍ଟାଣ୍ଡଉ ଉନ୍ନତିକରଣ କରିବା ନେଇ ତାଙ୍କୁ ଉକ୍ତ ସ୍ଥାନରୁ ସ୍ୱପ୍ରକୃତ ଭାବେ ଓହରି ଯିବାକୁ ନୋଟିସ ଦେଇଥିଲେ ବି ସେମାନେ ଉକ୍ତ ସ୍ଥାନରୁ ନଉଠିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛିl ଆହୁରି ମଧ୍ୟ ଉକ୍ତ ଜବର ଦଖଲ ପାଇଁ ରାସ୍ତା ପାର୍ଶ୍ୱ ନାଳ ଅବରୋଧ ହୋଇ ଦୀର୍ଘ ଦିନ ହେବ ନର୍ଦମା ପାଣି ରାସ୍ତା ଉପରେ ଚାଲୁଛିl

    ତେବେ ଦାବି ପୁରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀl ସୂଚନା ଥାଉ କି ପୂର୍ବରୁ ମଧ୍ୟ ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ପ୍ରଶାସନ ତରଫରୁ ଜବର ଦଖଲକାରୀଙ୍କୁ ଏକାଧିକ ବାର ନୋଟିସ ଦିଆଯାଇଥିଲେ ବି ସେମାନେ ତାହାକୁ ଭ୍ରୁକ୍ଷେପ କରିନଥିଲେl

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    98 %
    1.3kmh
    100 %
    Tue
    24 °
    Wed
    26 °
    Thu
    28 °
    Fri
    29 °
    Sat
    28 °

    ସମ୍ବନ୍ଧିତ