Saturday, October 19, 2024
24.1 C
Odisha

    ରାଜଧାନୀରେ ପୁଣି ସେକ୍ସ ରାକେଟ୍ ଠାବ: ରବି ଟକିଜ୍ ଛକର ଏକ ସେଲୁନରେ ଚଢ଼ାଉ, ୨ ଯୁବତୀ ଉଦ୍ଧାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ପୁଣି ଠାବ ହେଲା ସେକ୍ସ ରାକେଟ୍ । ଭୁବନେଶ୍ୱରରେ ଏକ ସେଲୁନ୍ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ୍ । ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ୍ ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଛି । ବଡଗଡ ପୋଲିସ୍ କୌଣସି ସୂତ୍ରରୁ ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବାର ସୂଚନା ପାଇବା ପରେ ଚଢାଉ କରିଥିଲା । ଜଣେ ଯୁବକ ଏଥିରେ ଧରାପଡିଥିବାବେଳେ ଦୁଇ ଜଣ ଯୁବତୀଙ୍କୁ ପୋଲିସ୍ ଉଦ୍ଧାର କରିଛି। ତେବେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ଆସିଥିବାବେଳେ ତାଙ୍କୁ ସ୍ପା ମାଲିକ ମାଡପିଟ୍ କରିଥିବାରୁ ସେ ଆହତ ହୋଇଥିବା ସୂଚନା ମିଳିଛି ।

    ଅନ୍ୟପଟେ ସ୍ପାରୁ ଉଦ୍ଧାର ହୋଇଥିବା ଯୁବତୀଙ୍କ ପୋଲିସ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମତେ ରିସେପସନ୍ ରେ ଚାକିରି କରିବା ପାଇଁ ଡାକିଥିଲେ । ହେଲେ ଏଠାକୁ ଆସିବା ପରେ ମତେ ଖରାପ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ । ମୁଁ ଏଥିରେ ରାଜି ହୋଇନଥିଲି । ପରେ ବିଭିନ୍ନ ବାହାନା କରି ମତେ ପୁରୀ ନେଇ ଯାଇଥିଲେ । ପୁଣି ଏଠାକୁ ଆଣି ମତେ ଖରାପ କାର୍ଯ୍ୟ କରିବାକୁ କହିଥିଲେ ।

    ଯୁବତୀ ଜଣଙ୍କ ଏହା ମତେ କହିଛନ୍ତି ଯେ ଏହାପରେ ମତେ ଏକ ଘରେ ଅଟକ ରଖି ମାଡ ମାରିଥିଲେ । ଏ କଥା ମୁଁ ମୋର ପୁରୁଷ ବନ୍ଧୁଙ୍କୁ ଜଣାଇବା ପରେ ସେ ସେଠାରେ ପହଞ୍ଚିଥିଲେ । ହେଲେ ମତେ ଅଟକ ରଖି ତାଙ୍କୁ ମଧ୍ୟ ମାଡ ମାରିଥିଲେ । ରାସ୍ତାରେ ଯାଉଥିବା ଲୋକ ପୋଲିସକୁ ଫୋନ୍ କରିବା ପରେ ମତେ ପୋଲିସ ଏଠାରୁ ଉଦ୍ଧାର କରିଥିଲା । ଯୁବତୀ ଜଣଙ୍କ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ବଡଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୀଡିତାଙ୍କୁ ଡାକ୍ତରୀ ମଇନା ପାଇଁ ପଠାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1.6kmh
    99 %
    Sat
    24 °
    Sun
    28 °
    Mon
    30 °
    Tue
    29 °
    Wed
    29 °

    ସମ୍ବନ୍ଧିତ