Saturday, July 27, 2024
24.6 C
Odisha

    ଶରୀରର ଏହି ଅଙ୍ଗକୁ ଛୁଇଁବା ପୂର୍ବରୁ 10 ଥର ଭାବନ୍ତୁ , ନହେଲେ ପସ୍ତାଇବେ

    ଆଗକୁ ପଢନ୍ତୁ

    ଶରୀରର କିଛି ଅଙ୍ଗଅଛି ବହୁତ ସମ୍ବେଦନଶୀଳ ଅଟେ । ଆଉ କିଛି ଅଙ୍ଗ ବହୁତ ଅପରିସ୍କାର । ଯାହାକୁ ଛୁଁଇଲେ ଆମେ ରୋଗରେ ପଡିବା ଥୟ । ବହୁତ ଲୋକ ବସିବସି ନିଜ ଆଖି, କାନ, ନାକ ଓ ଶରୀରର ଅନ୍ୟ ଅଙ୍ଗକୁ ବାରମ୍ବାର ଟଚ୍ କରନ୍ତି । ଶରୀରରେ ଆମର ଏପରି ଅଙ୍ଗଅଛି ଯାହାକୁ ଛୁଇଁଲେ ଆମକୁ ଗମ୍ଭୀର ଭାବେ ରୋଗ ହୋଇଥାଏ। ଏହି ଅଙ୍ଗକୁ ଟଚ୍ କଲେ ଆମେକି ଇନଫେକ୍ସନ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଅଙ୍ଗକୁ ବାରମ୍ବାର ଛୁଇଁବା ଉଚିତ୍ ନୁହେଁ ।

    ନାକ- ବହୁତ ଲୋକ ନିଜ ନାକରେ ଆଙ୍ଗୁଳି ପୁରାଇ ସଫା କରନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ନାକ ସଫା କରିବା ଆଳରେ ଆହୁରି ଅପରିସ୍କାର କରନ୍ତି । ଏହିପରି ଭାବରେ ହାତରେ ଥିବା କୀଟାଣୁ ନାକ ମଧ୍ୟକୁ ପ୍ରବେଶ କରିଯାଏ । ଏହାଦ୍ୱାରା ଇନଫେକସନ ହେବାର ବହୁତ ସମ୍ଭାବନା ରହିଥାଏ । ଯଦି ଆପଣ ନାକକୁ ସଫା କରିବାକୁ ଚାହୁଁଛନ୍ତି ତେବେ ସାନିଟାଇଜର ଟିସୁ ବ୍ୟବହାର କରନ୍ତୁ ।

    ମୁହଁ- କିଛି ଲୋକଙ୍କ ବହୁତ ଖରାପ ଅଭ୍ୟାସ ଥାଏ । ସେମାନେ ବାରମ୍ବାର ନଖ ଚୋବାଇଥାନ୍ତି । ଯଦି ଆପଣ ଏପରି ଅଭ୍ୟାସ ରଖିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଯେତେ ଭଲ ଭାବରେ ଆପଣ ହାତ ଧୁଅନ୍ତୁ ନା କାହିଁକି ତଥାପି ବ୍ୟାକ୍ଟେରିଆ ହାତରେ ଲଖିହୋଇ ରୁହନ୍ତି । ନଖ ଚୋବାଇବା ଦ୍ୱାରା ବ୍ୟାକ୍ଟେରିଆ ମାନେ ପାଟି ଭିତରକୁ ଲାଚିଯାଆନ୍ତି ଏବଂ ଆପଣ ରୋଗରେ ପଡିବା ସମ୍ଭାବନା ସୃଷ୍ଚି ହୁଏ ।

    ଆଖି-ବେଳେବେଳେ ଆମେ ନିଖ ଆଖିକୁ ହାତରେ ମଳିଥାଉ । ଆମେ ସମସ୍ତେ ଜଣିଛନ୍ତି ଆଖି ଦେଉଛି ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ । ଆଖିକୁ ବାରମ୍ବାର ମଳିବାଦ୍ୱାରା ଆଖି ନାଲିପଡି ଇନଫେକସନ ହୁଏ । ଆଖି ରଗଡିବା ବେଳେ ନଖରେ ଥିବା ବ୍ୟାକ୍ଟେରିଆ ଆଖିକୁ ଯାଇ ଆଖିରେ ଯନ୍ତ୍ରଣା ସୃଷ୍ଟି କରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ