Tuesday, April 7, 2026
24.1 C
Odisha

    F-15E ବିମାନର ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା, ସ୍ପଷ୍ଟ କଲେ ରାଷ୍ଟ୍ରପତି ଟ୍ରମ୍ପ

    ଆଗକୁ ପଢନ୍ତୁ

    ଆମେରିକା : ଆମେରିକା ଶେଷରେ ଦ୍ବିତୀୟ ପାଇଲଟଙ୍କୁ ଉଦ୍ଧାର କରିଛି । ଉଭୟ ପାଇଲଟଙ୍କ ସୁରକ୍ଷିତ ଉଦ୍ଧାର ସମ୍ପର୍କରେ ସୂଚନା ମିଳିଛି । ସ୍ପଷ୍ଟୀକରଣ କଲେ ରାଷ୍ଟ୍ରପତି ଟ୍ରମ୍ପ ।

    ସୂଚନାନୁଯାୟୀ, ସାମରିକ ଅଭିଯାନ ସମୟରେ ଇରାନ ଏକ ଆମେରିକୀୟ F-15E ବିମାନକୁ ଗୁଳି କରି ଖସାଇ ଦେଇଥିଲା । ଉଭୟ ପାଇଲଟ ଖସିଯାଇଥିଲେ । ଜଣେ ପାଇଲଟଙ୍କୁ ଆମେରିକୀୟ ସେନା ତୁରନ୍ତ ଉଦ୍ଧାର କରିଥିଲା । କିନ୍ତୁ ଅନ୍ୟ ପାଇଲଟଙ୍କ ସନ୍ଧାନ ଜାରି ରହିଛି। ନିଖୋଜ ଆମେରିକୀୟ ପାଇଲଟଙ୍କୁ ଖୋଜୁଛି ଏବଂ ପୁରସ୍କାର ଘୋଷଣା କରିଛି ଇରାନ୍ । ଆମେରିକୀୟ ସେନା ଏହାର F-15E ଲଢ଼ୁଆ ବିମାନର ଦ୍ୱିତୀୟ ପାଇଲଟଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ବୋଲି କୌଣସି ଏକ ସୂତ୍ରରୁ ସୂଚନା ମିଳୁଛି । ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।

    ଏହାରି ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ନିଖୋଜ ପାଇଲଟଙ୍କ ଉଦ୍ଧାର ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଏହା ଆମେରିକାର ସାମରିକ ଇତିହାସର ସବୁଠାରୁ ସାହସିକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟରୁ ଗୋଟିଏ । ଯାହା ସଫଳତାର ସହ ପୂର୍ଣ୍ଣ ହୋଇଛି । “ମୁଁ ଏହା ଜଣାଇ ବହୁତ ଖୁସି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି,”ବୋଲି ମଧ୍ୟ ଟ୍ରମ୍ପ ଲେଖିଛନ୍ତି ।

    ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘‘ପାଇଲଟ୍ କିଛି ଆଘାତ ପାଇଥିଲେ, କିନ୍ତୁ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ପ୍ରଥମ ପାଇଲଟ୍ ପାଇଁ ଗତକାଲି ଏକ ପୂର୍ବ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆମେ ଗତକାଲିର ଉଦ୍ଧାର କାର୍ଯ୍ୟକୁ ନିଶ୍ଚିତ କରିନାହୁଁ କାରଣ ଆମେ ଆମର ଦ୍ୱିତୀୟ ଉଦ୍ଧାର କାର୍ଯ୍ୟକୁ ବିପଦରେ ପକାଇବାକୁ ଚାହୁଁନାହୁଁ । ଏହି ଅପରେସନରେ ଦୁଇଟି ଆମେରିକୀୟ ପାଇଲଟ୍ ଉଦ୍ଧାର ହୋଇଛନ୍ତି । କେବେ ହେଲେ ଆମେରିକୀୟ ଯୋଦ୍ଧାଙ୍କୁ ପଛରେ ଛାଡିବୁ ନାହିଁ । ଆମେରିକାକୁ ଈଶ୍ବର ରକ୍ଷା କରନ୍ତୁ । ସୈନ୍ୟଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଇଷ୍ଟରର ଶୁଭେଚ୍ଛା ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ