Monday, March 30, 2026
33.2 C
Odisha

    ସାର ପାଇଁ ରାସ୍ତାରୋକ ସହ ଝରିଗାଁ ଲେମ୍ପସ ଘେରିଲେ ଚାଷୀ

    ଆଗକୁ ପଢନ୍ତୁ

    ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ କୃଷି ପ୍ରାଧାନ୍ୟ ବ୍ଲକ ଭାବେ ପରିଚିତ। ଏଠାରେ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି। ବର୍ତ୍ତମାନ ଝରିଗାଁ ବ୍ଳକରେ ଚାଷ କାମ ଆରମ୍ଭ ହୋଇଥିବା ବେଳେ ଚାଷୀମାନଙ୍କୁ ଚାଷ କରିବା ପାଇଁ ୟୁରିଆ ସାରର ଆବଶ୍ୟକତା ରହିଛି। ପ୍ରଶାସନ ପକ୍ଷରୁ ୟୁରିଆ ସାର ଯୋଗାଇ ଦେବା ପାଇଁ ଚାଷୀମାନେ ଦାବି କରିବା ସହ ରାସ୍ତାରୋକ ଓ ଝରିଗାଁ ଲେମ୍ପସ ଘେରାଉ କରିଥିଲେ।
    ଚାଷୀମାନଙ୍କ ଅଭିଯୋଗ ପ୍ରକାରେ ଝରିଗାଁ ଲେମ୍ପସ ପକ୍ଷରୁ ଚାଷୀ ଆଧାରକାର୍ଡ ଓ ଜମି ପଟ୍ଟା ପ୍ରଦାନ କରିଲେ ୪ ବସ୍ତା ୟୁରିଆ ସାର ପ୍ରଦାନ କରାଯାଉଥିଲା। ଆଜି ସକାଳୁ ଝରିଗାଁ ବ୍ଳକର ୨୩ ପଞ୍ଚାୟତର ଶହଶହ ଚାଷୀ ନିଜ ନିଜର ଆଧାରକାର୍ଡ ନେଇ ୟୁରିଆ ସାର ନେବା ପାଇଁ ଗୋଦାମ ଆସିଥିଲେ। ଝରିଗାଁ ଲେମ୍ପସ ପକ୍ଷରୁ ୨ ବସ୍ତା ୟୁରିଆ ପ୍ରଦାନ କରାଯାଇଥିଲା।୨ ବସ୍ତା ୟୁରିଆ ସାର କମ ପ୍ରଦାନ କରାଯାଉଥିବା ଜାଣିବା ପରେ ଚାଷୀମାନେ ୪ ବସ୍ତା ୟୁରିଆ ସାର ପ୍ରଦାନ କରିବା ପାଇଁ କହିଥିଲେ। ଶେଷରେ କୌଣସି ଉପାୟ ନପାଇ ୪ ବସ୍ତା ୟୁରିଆ ସାର ପ୍ରଦାନ କରିବା ପାଇଁ ଚାଷୀମାନେ ଝରିଗାଁ-ଉମରକୋଟ ରାସ୍ତା ଅବରୋଧ କରିବା ସହ ଝରିଗାଁ ଲେମ୍ପସ କାର୍ଯ୍ୟାଳୟ ଘେରାଉ କରିଥିଲେ।

    ଝରିଗାଁ ପୁଲିସର ଉପସ୍ଥିତରେ ଝରିଗାଁ ଲେମ୍ପସ କର୍ମଚାରୀ ସହ ଚାଷୀମାନେ ଆଲୋଚନା କରିଥିଲେ। ପରେ ୪ ବସ୍ତା ୟୁରିଆ ଦେବା ପାଇଁ ନିଷ୍ପତି ହେବା ପରେ ଚାଷୀମାନେ ଶାନ୍ତ ପଡ଼ିଥିଲେ ଏବଂ ଗୋଦାମକୁ ଯାଇ ୪ ବସ୍ତା ୟୁରିଆ ସାର ନେଇ ଯାଇଥିବା ଲେମ୍ପସ ଏମଡ଼ି ନରସିଂହ ଗୌଡ଼ ସୂଚନା ଦେଇଛନ୍ତି। ପ୍ରାୟ ଦୁଇ ଘଣ୍ଟା ଚାଷୀମାନଙ୍କ ରାସ୍ତା ଅବରୋଧ ଯୋଗୁଁ ଜାତାୟତରେ ସମସ୍ୟା ଦେଖା ଦେଇଥିଲା। ଅନ୍ୟପକ୍ଷେ ସ୍ୱୀକୃତି ପ୍ରାପ୍ତ ବେସରକାରୀ ଦୋକାନ ଗୁଡିକ ଝରିଗାଁ ବ୍ଳକରେ ରହିଥିବା ସ୍ୱତ୍ତ୍ୱେ ସାର ଚଢା ଦରରେ ବିକ୍ରି ହେଉଥିବା ଯୋଗୁଁ ବ୍ଳକର ହଜାର ହଜାର ଚାଷୀ ଝରିଗାଁ ଲେମ୍ପସ ଉପରେ ନିର୍ଭର କରୁଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି। ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ