Monday, March 2, 2026
22.7 C
Odisha

    FASTag Annual Passକୁ ମିଳିଛି ଜବରଦସ୍ତ ପ୍ରତିକ୍ରିୟା, ପ୍ରଥମ ଦିନରେ ବୁକ୍ ହେଲା ୧.୪ ଲକ୍ଷ Annual Pass

    ଆଗକୁ ପଢନ୍ତୁ

    ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ୧୫ ଅଗଷ୍ଟ ୨୦୨୫ ସ୍ୱାଧୀନତା ଦିବସ ଅବସରରେ ଆନୁଷ୍ଠାନିକ ଭାବରେ FASTag Annual Pass ଲଞ୍ଚ କରିଛି । ଏହି Annual Pass ଦେଶବ୍ୟାପ କିଛି ଚୟନିତ ଜାତୀୟ ରାଜପଥ (NH) ଏବଂ ଜାତୀୟ ଏକ୍ସପ୍ରେସୱେ (NE) ରେ ପ୍ରାୟ ୧୧୫୦ ଟୋଲ୍ ପ୍ଲାଜାରେ ପ୍ରଯୁଜ୍ୟ ହେବ । ‘FASTag Annual Pass ‘ର ସରକାରୀ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ୟୁଜର୍ସମାନେମାନେ ଘରୁ ଏହାକୁ ଅନଲାଇନରେ ବୁକ୍/ଆକ୍ଟିଭେଟ୍ କରିପାରିବେ । ଏହି Annual Pass ପ୍ରଥମ ଦିନରେ ୟୁଜର୍ସମାନଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି ।

    ଜାତୀୟ ରାଜପଥ ୟୁଜର୍ସଙ୍କଠାରୁ Annual Pass କୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ଆଜି ଏହାର ବୁକିଂ ଆରମ୍ଭ ହୋଇଛି ଏବଂ ପ୍ରଥମ ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରାୟ ୧.୪ ଲକ୍ଷ ୟୁଜର୍ସ Annual Pass କିଣି ଆକ୍ଟିଭେଟ୍ କରିଛନ୍ତି । ଏହା ବ୍ୟତୀତ, ପ୍ରଥମ ଦିନରେ ଟୋଲ୍ ପ୍ଲାଜାରେ ପ୍ରାୟ ୧.୩୯ ଲକ୍ଷ କାରବାର ରେକର୍ଡ କରାଯାଇଛି । କୁହାଯାଉଛି ଯେ ପ୍ରାୟ ୨୦,୦୦୦ – ୨୫,୦୦୦ ୟୁଜର୍ସ ସବୁବେଳେ ରାଜମାର୍ଗ ଯାତ୍ରା ଆପ୍ ବ୍ୟବହାର କରୁଛନ୍ତି ଏବଂ Annual Pass ୟୁଜର୍ସମାନେ ଟୋଲ୍ ଫି ଶୂନ୍ୟ କାଟିବା ପାଇଁ SMS ପାଉଛନ୍ତି ।

    ଏଥି ସହ ଜାଣିରଖନ୍ତୁ ଯେ, Annual Pass ସହିତ ଯାତ୍ରାକୁ ସହଜ କରିବା ପାଇଁ ପ୍ରତ୍ୟେକ ଟୋଲ ପ୍ଲାଜାରେ NHAI ଅଧିକାରୀ ଏବଂ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ, Pass ୟୁଜର୍ସଙ୍କ ଅଭିଯୋଗର ସମାଧାନ ପାଇଁ, ୧୦୦ ରୁ ଅଧିକ ଅଧିକାରୀଙ୍କୁ ଯୋଡି ୧୦୩୩ ଜାତୀୟ ରାଜପଥ ହେଲ୍ପଲାଇନକୁ ଆହୁରି ସୁଦୃଢ଼ କରାଯାଇଛି ।

    FASTag Annual Pass କିପରି ଆକ୍ଟିଭ୍ ହେବ?
    ପ୍ରଥମେ ଆମେ ଆପଣଙ୍କୁ କହି ରଖୁଛୁ ଯେ, FASTag Annual Pass ପାଇଁ ଆପଣଙ୍କୁ ୩,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଯାହା ୧ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ଭାଲିଡି ହେବ । ଏଥି ସହ ଏହାକୁ NHAIର ସରକାରୀ ୱେବସାଇଟ୍ ଏବଂ ରାଜମାର୍ଗ ମୋବାଇଲ୍ ଆପ୍ ମାଧ୍ୟରେ କିଣାଯାଇପାରିବ କିମ୍ବା ଆକ୍ଟିଭ୍ କରାଯାଇପାରିବ । ଏହି ପାସ୍ କେବଳ କାର, ଜିପ୍ କିମ୍ବା ଭ୍ୟାନ୍ ଭଳି ପ୍ରାଇଭେଟ୍ ଗାଡ଼ି ପାଇଁ ପ୍ରଯୁଜ୍ୟ ହେବ । ଏଥି ସହ ଏହି ପାସ୍କର୍ମସିଆଲ୍ ଗାଡ଼ି ପାଇଁ ବ୍ୟବହାର କରାଯାଇପାରିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    49 %
    2kmh
    0 %
    Sun
    23 °
    Mon
    35 °
    Tue
    36 °
    Wed
    38 °
    Thu
    38 °

    ସମ୍ବନ୍ଧିତ