Wednesday, March 18, 2026
22.7 C
Odisha

    ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର: ଭୁବନେଶ୍ବର ଏମସରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ବାରଙ୍ଗ ଅଞ୍ଚଳରେ ଜଣେ ବାପାର ଉନ୍ମତ୍ତ କାଣ୍ଡ ଘଟଣା ଲୋକେ ଭୁଲି ନଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ ସାମ୍ନାକୁ ଆସିଛି ସେଭଳି ଏକ ଅଭାବନୀୟ ଘଟଣା।  ଏଠାରେ ଜଣେ ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର ହୋଇ ଭୁବନେଶ୍ବର ଏମସରେ ଭର୍ତ୍ତି ହୋଇଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜାଗିରିକୁଦା ଗାଁରେ ଘଟିଛି ଏଭଳି ଅଘଟଣ।ପାରିବାରିକ କଳହକୁ କେନ୍ଦ୍ରକରି ବାପା ଓ ନିଜ ବଡ଼ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ବାପା କଟୁରିରେ ପୁଅକୁ ଆକ୍ରମଣ କରିଥିଲେ। ଏହାଫଳରେ ଗୁରୁତର ହୋଇଥିଲେ ପୁଅ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମଗିରି ଓ ପରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରିଛି ପୁଲିସ।

    ଏପଟେ ଥାନାରେ ଅଭିଯୋଗ ପରେ ବାପାକୁ ଗିରଫ କରିଛି କୃଷ୍ଣପ୍ରସାଦ ଥାନା ପୁଲିସ। କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି କୃଷ୍ଣପ୍ରସାଦ ଥାନା ଆଇଆଇସି ବସନ୍ତ ସାହୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    51 %
    0.8kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ