Thursday, May 30, 2024
29.1 C
Odisha

    ହିମାଚଳ ପ୍ରଦେଶ : କସମେଟିକ୍ସ କାରଖାନାରେ ନିଆଁ, ଫସି ରହିଛନ୍ତି ୨୦ ଶ୍ରମିକ, ତଳକୁ ଡେଇଁଲେ ୨ ଶ୍ରମିକ

    ଆଗକୁ ପଢନ୍ତୁ

    ବଡ୍ଡି : ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ଥିବା କସ୍ମେଟିକ୍ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏଠାରେ କାରଖାନାରେ ୧୫ରୁ ୨୦ ଜଣ ଶ୍ରମିକ ଫସି ରହିଛନ୍ତି। ଅଗ୍ନିକାଣ୍ଡ ପରେ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଛାତ ଉପରେ ଫସି ରହିଥିବା ଦେଖିବାକୁ ମିଳିଛି । ସେହିପରି ୨ ଜଣ ଶ୍ରମିକ ପ୍ରାଣ ବିକଳରେ ଛାତ ଉପରୁ ଡେଇଁପଡ଼ିଥିବା ଜଣାପଡ଼ିଛି ।

    ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଟି ରାଜ୍ୟର ଶିଳ୍ପ ନଗରୀ ବଡ୍ଡିର ବୁଦାରୁ ଆସିଛି। ଏଠାରେ କସ୍ମେଟିକ୍ ସାମଗ୍ରୀ ତିଆରି କରୁଥିବା ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବହୁ ସଂଖ୍ୟକ ଶ୍ରମିକ ଫସି ରହିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଅଗ୍ନିଶମ ବାହିନୀ ବଡ୍ଡି ଓ ନାଲାଗଡ଼ର ପ୍ରାୟ ଅଧ ଡଜନ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

    ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକମାନେ କାରଖାନା ବାହାରେ ଦୌଡୁଥିବା ଦେଖିବାକୁ ମିଳିଛି । ଏକ ଭିଡିଓରେ ଜଣେ ମହିଳା ମଧ୍ୟ କାରଖାନା ଛାତ ଉପରେ ନଜର ଆସିଛନ୍ତି । ଧୂଆଁ ବେଲୁନ୍ ଭିତରେ ଫସି ରହିଛନ୍ତି ଏହି ମହିଳା । ସେହିଭଳି ଏକ ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ କାରଖାନାରେ ୧୫ରୁ ୨୦ ଜଣ ଫସି ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.1 ° C
    29.1 °
    29.1 °
    54 %
    2kmh
    42 %
    Thu
    46 °
    Fri
    45 °
    Sat
    45 °
    Sun
    43 °
    Mon
    41 °

    ସମ୍ବନ୍ଧିତ