Monday, March 30, 2026
27.4 C
Odisha

    ଆମେରିକା ନାଇଟ୍ କ୍ଲବରେ ଗୁଳିକାଣ୍ଡ, ୪ ମୃତ

    ଆଗକୁ ପଢନ୍ତୁ

    ଆଲାବାମା: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସାରା ବିଶ୍ବ ସ୍ତବ୍ଧ ଥିବାବେଳେ ସେଠାରେ ଆଉ ଏକ ଗୁଳିକାଣ୍ଡ ଘଟଣା ଘଟିଛି । ଆଲାବାମାସ୍ଥିତ ବର୍ମିଂହାମ୍ ନାଇଟ୍ କ୍ଲବ୍ ରେ ଶନିବାର (ଜୁଲାଇ ୧୩, ୨୦୨୪) ଦିନ ହୋଇଥିବା ଗୁଳିବିନିମୟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ବର୍ମିଂହାମ ପୁଲିସ ର ସୂଚନା ଅନୁଯାୟୀ, ରାତି ୧୧ଟାରେ ୨୭ତମ ଷ୍ଟ୍ରିଟ୍ ନର୍ଥସ୍ଥିତ ନାଇଟ୍ କ୍ଲବ୍ ଭିତରେ ଦୁଇ ଜଣ ମହିଳା ଓ ଫୁଟପାଥ୍ ରେ ଜଣେ ପୁରୁଷଙ୍କ ମୃତଦେହ ମିଳିଥିଲା। ବର୍ମିଂହାମର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଗୁଳିରେ ଆହତ ହୋଇଥିବା ଅନେକ ଲୋକଙ୍କୁ ପରେ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରାଯାଇଥିଲା ଏବଂ କେତେକ ଏବେବି ଚିକିତ୍ସିତ ହେଉଛନ୍ତି। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ ବୋଲି ପୁଲିସ କହିଛି।

    ଅଭିଯୁକ୍ତଙ୍କୁ ଧରିବା ପାଇଁ ସିସିଟିଭି କ୍ୟାମେରା ଓ ସ୍ଥାନୀୟ ଲୋକଙ୍କ ସହାୟତା ନିଆଯାଉଛି ବୋଲି ପୁଲିସ କହିଛି। ଆମେରିକାରେ ଗୁଳିବିନିମୟ କମିବାର ନାଁ ନେଉନାହିଁ। ଏକ ପରିସଂଖ୍ୟାନ ଅନୁଯାୟୀ, ଚଳିତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ଅତି କମରେ ୨୯୩ଟି ଗୁଳିକାଣ୍ଡ ଘଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ