Sunday, February 1, 2026
22.3 C
Odisha

    ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ଭଦ୍ରକ: ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଏନେଇ ସମ୍ପୃକ୍ତ ଟ୍ରେନରେ ଥିବା ଗାର୍ଡ ଅଭିଯୋଗ କରିବା ପରେ ଭଦ୍ରକ ଷ୍ଟେସନ ମ୍ୟାନେଜର ପୁଲିସକୁ ସୂଚନା ଦେଇଥିଲେ। ତେବେ ନନ୍ଦନକାନନ ଏକ୍ସପ୍ରେସ ନିଜର ଗନ୍ତବ୍ୟସ୍ଥଳକୁ ଯାଇଥିଲା। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେଣେ ଜିଆରପି ପୁଲିସ ଘଟଣାର ଛାନଭିନ୍ କରୁଛନ୍ତି। କିଏ ଗୁଳିମାଡ଼ କରିଛି, ତାହା ଏଯାଏ ଅସ୍ପଷ୍ଟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    60 %
    1kmh
    100 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ