Tuesday, March 31, 2026
26.8 C
Odisha

    ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଯବାନ ଆହତ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ପ୍ରତିଦିନ ଭଳି ଆଜି ମଧ୍ୟ ଚିନ୍ନାଗଲେରୁ ଠାରେ ରହିଥିବା ୧୫୩ ସିଆରପିଏଫ ବାଟାଲିୟନର ଯବାନ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲେ। କ୍ୟାମ୍ପ ଠାରୁ ମାତ୍ର ୫ ଶହ ମିଟର ଯିବା ପରେ ଟେରାମ ଓ ଗୁଡୁମ ରାସ୍ତା ମଧ୍ୟରେ ନକ୍ସଲ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଥିଲେ। ତୁରନ୍ତ ଅନ୍ୟ ଯବାନ ମୋର୍ଚ୍ଚା ସମ୍ଭାଳି ନକ୍ସଲଙ୍କୁ ଖୋଜିବା ଆରମ୍ଭ କରିଥିଲେ। ତେବେ ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଜଂଗଲରେ ଖସିଯିବାରେ ସଫଳ ହୋଇଥିଲେ। ତୁରନ୍ତ ସମସ୍ତ ଆହତ ଯବାନଙ୍କୁ ବିଜାପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା କୁହାଯାଇଛି। ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ