Monday, March 23, 2026
29.4 C
Odisha

    ଆଜି ଆସ୍ଥା ଭୋଟ୍‌; ମାର୍ଚ ୧୬ରେ ଅଦାଲତରେ ହାଜର ହେବି: ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ଦ୍ବାରା କହିଲେ ଅରବିନ୍ଦ କେଜ୍ରିୱାଲ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜି ଗୃହରେ ଆସ୍ଥା ଭୋଟ୍‌ ହେବ, ପୁଣି ମାର୍ଚ ୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ତେଣୁ ଏହା ପରେ ଯେକୌଣସି ଦିନ ହାଜର ହେବି ବୋଲି ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଅଦାଲତଙ୍କୁ କହିଛନ୍ତି।ଦିଲ୍ଲୀ ଅଦାଲତ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଛନ୍ତି। ଅବକାରୀ ନୀତି ମାମଲାରେ ୫ଟି ସମନ୍‌ ଏଡାଇଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ଅଦାଲତଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ ଅଦାଲତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ଡକାଇଥିଲେ। ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଅଦାଲତଙ୍କୁ ସମ୍ବୋଧନ କରି କେଜ୍ରିୱାଲ୍‌ କହିଲେ ଯେ, ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍‌ ଆଗତ ଉପରେ ବିତର୍କ ଥିବାରୁ ସେ ପ୍ରତ୍ୟକ୍ଷ ଭାବେ ଅଦାଲତରେ ହାଜର ହୋଇ ପାରିଲେ ନାହିଁ।ସେ କହିଲେ, ମୁଁ ଆଜି ଯିବାକୁ ଚାହୁଁଥିଲି, କିନ୍ତୁ ହଠାତ୍‌ ଆସ୍ଥା ଭୋଟ୍‌ ପଡ଼ିଗଲା। ବଜେଟ୍‌ ଅଧିବେଶନ ବି ଚାଲିଛି, ଏବଂ ମାର୍ଚ ୧ ପର୍ଯ୍ୟନ୍ତ ଚାଲିବ। ତା’ପରେ ଯେକୌଣସି ତାରିଖ ଦେଲେ ଚଳିବ।
    ଏକଥା ଶୁଣି ଅଦାଲତ କେଜ୍ରିୱାଲ୍‌ଙ୍କୁ ମାର୍ଚ ୧୬ ତାରିଖ ଦିନ ୧୦ଟା ବେଳେ ପ୍ରତ୍ୟକ୍ଷ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ଏଥିରେ କେଜ୍ରୱାଲ୍‌ ବି ସମ୍ମତି ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ କେଜ୍ରିୱାଲ୍‌ଙ୍କୁ ୬ଷ୍ଠ ସମନ୍‌ ଜାରି କରିବା ସହିତ ୧୯ ତାରିଖ ଦିନ ହାଜର ହେବାକୁ ଏଥିରେ ନିର୍ଦେଶ ଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ