Monday, October 12, 2026
22.9 C
Odisha

    ସ୍ତ୍ରୀର ପ୍ରେମିକକୁ ହତ୍ୟା କଲା ପୁଲିସ କନେଷ୍ଟବଳ; ହଲ୍‌ଦୱାନି ଦଙ୍ଗା ମୃତ୍ୟୁ ଦର୍ଶାଇବାକୁ ଫିଙ୍ଗିଥିଲା ଶବ

    ଆଗକୁ ପଢନ୍ତୁ

    ଡେରାଡୁନ୍‌: ଫେବ୍ରୁଆରି ୮ ତାରିଖ ଦିନ ହଲ୍‌ଦ୍‌ୱାନି ଦଙ୍ଗାରେ ମୃତ ବୋଲି ଚିହ୍ନଟ କରାଯାଇଥିବା ଜଣେ ୨୫ ବର୍ଷିୟ ଯୁବକଙ୍କୁ ପ୍ରକୃତରେ ଜଣେ ପୁଲିସ କନେଷ୍ଟବଳ ହତ୍ୟା କରିଥିବା କଥା ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ପୁଲିସ କହିଛି।ମୃତ ଯୁବକ ହେଉଛନ୍ତି ବିହାର ରାଜ୍ୟର ଭୋଜପୁର ଜିଲ୍ଲା ଅନ୍ତର୍ଗତ ବାରହାରା ବ୍ଲକ୍‌ ଅଞ୍ଚଳସ୍ଥିତ ସିହ୍ନା ଗାଁ’ର ପ୍ରକାଶ କୁମାର। ତାଙ୍କୁ କନେଷ୍ଟବଳ ବୀରେନ୍ଦ୍ର ସିଂହ ହତ୍ୟା କରିଛନ୍ତି। କାରଣ ବୀରେନ୍ଦ୍ରଙ୍କ ସ୍ତ୍ରୀ ଓ ପ୍ରକାଶ ପରକୀୟା ପ୍ରୀତିରେ ଲିପ୍ତ ଥିଲେ। ଏକତ୍ର ହୋଇଥିବା ସମୟ ଭିଡିଓ ଉତ୍ତୋଳନ କରି ପ୍ରକାଶ ବୀରେନ୍ଦ୍ରଙ୍କ ସ୍ତ୍ରୀକୁ ‘ବ୍ଲାକ୍‌ମେଲ୍‌’ କରୁଥିଲେ। ନୈନିତାଲ୍‌ ‘ଏସ୍‌ଏସ୍‌ପି’ ପ୍ରହଲ୍ଲାଦ ମୀନା କହିଛନ୍ତି, କନେଷ୍ଟବଳ ବୀରେନ୍ଦ୍ର, ତାଙ୍କ ସ୍ତ୍ରୀ ଓ ଶଳାଙ୍କ ସମେତ ୪ଜଣ ମିଶି ପ୍ରକାଶଙ୍କୁ ହତ୍ୟା କରିବା ଲାଗି ଯୋଜନା କରିଥିଲେ। ତଦନ୍ତ ବେଳେ ପ୍ରକାଶଙ୍କ ଶବ ସହିତ ଉଦ୍ଧାର କରାଯାଇଥିବା ମୋବାଇଲ୍‌ ଫୋନ୍‌ ରେକର୍ଡ ଯାଞ୍ଚ କରିବା ପରେ ଏକଥା ଜଣାପଡ଼ିଥିଲା। ପ୍ରକାଶଙ୍କ କଲ୍‌ ରେକର୍ଡରୁ ଜଣା ପଡ଼ିଲା ଯେ, ସେ ଉଧାମ ସିଂହ ନଜର ଜିଲ୍ଲାର ସୀତାରଗଞ୍ଜର ଜଣେ ବ୍ୟକ୍ତିଙ୍କ ସହିତ ବାରମ୍ବାର କଥାବାର୍ତ୍ତା କରୁଥିଲେ। ତାଙ୍କର ସନ୍ଧାନ ନେବାରୁ ଜଣାପଡ଼ିଲା କି, ସେ ହେଉଛନ୍ତି କନେଷ୍ଟବଳ ବୀରେନ୍ଦ୍ରଙ୍କ ଶଳା ସୂରଜ ବୈନ୍‌। ଜେରା ସମୟରେ ସେ କହିଲେ ଯେ, ପ୍ରକାଶଙ୍କ ସହିତ ତାଙ୍କର ବନ୍ଧୁତା ୨ ବର୍ଷରୁ ବେଶୀ ହେବ। ସେ ତାଙ୍କ ଘରକୁ ବି ଯାଉଥିଲେ। ପରେ ପ୍ରକାଶ ଓ ବୈନ୍‌ଙ୍କ ଭଉଣୀ ପ୍ରିୟଙ୍କା ପରକୀୟା ପ୍ରୀତିରେ ଲିପ୍ତ ହୋଇଥିଲେ। ଅବୈଧ ସମ୍ବନ୍ଧ ସମୟରେ ଉତ୍ତୋଳନ କରିଥିବା ଭିଡିଓଦ୍ବାରା ବ୍ଲାକ୍‌ମେଲ୍‌ କରି ପ୍ରକାଶ ପ୍ରିୟଙ୍କାଙ୍କଠାରୁ ଅର୍ଥ ଦାବି କରୁଥିଲେ।

    ଏକଥା ଜାଣିବା ପରେ କନେଷ୍ଟବଳ ବୀରେନ୍ଦ୍ର ଓ ଅନ୍ୟମାନ‌େ ଯୋଜନା କରି ପ୍ରକାଶଙ୍କୁ ଡକାଇ ହତ୍ୟା କରିଥିଲେ। ହଲ୍‌ଦ୍‌ୱାନିରେ ଚାଲିଥିବା ଦଙ୍ଗାଜନିତ ମୃତ୍ୟୁ ବୋଲି ଦର୍ଶାଇବାକୁ ଯାଇ ସେମାନେ ତାଙ୍କ ଶବକୁ ଗୋଟାଏ ସ୍ଥାନରେ ଫିଙ୍ଗି ଦେଇଥିଲେ। ପ୍ରକାଶଙ୍କ ମୃତ୍ୟୁକୁ ବାଦ ଦେଲେ ସମ୍ପ୍ରତି ହଲ୍‌ଦ୍‌ୱାନି ଦଙ୍ଗାଜନିତ ମୃତ୍ୟୁସଂଖ୍ୟା ୫କୁ ହ୍ରାସ ପାଇଛି ବୋଲି ସୁପରିଣ୍ଟେଣ୍ଡେଣ୍ଟ୍‌ ମୀନା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ