Tuesday, March 3, 2026
26.2 C
Odisha

    ସଂଯୁକ୍ତାଙ୍କୁ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର: ଅଭିନନ୍ଦନ ଜଣାଇଲେ ମୋହନ-ନବୀନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ/ମାଲକାନଗିରି: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ମାଲକାନଗିରିର ସଂଯୁକ୍ତା ସେଠୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ କରିଛନ୍ତି।

    ସଂଯୁକ୍ତା ସେଠୀ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ଅଫିସର ତଥା ଓଟି-ଇନ୍ ଚାର୍ଜ ସିଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଏଥି ସହିତ ଜିଲ୍ଲା କ୍ୱାଲିଟି ଆସ୍ୟୁରାନ୍ସ ଟିମ ସଦସ୍ୟା ସହ ବାୟୋ ମେଡିକାଲ୍ ୱେଷ୍ଟ ସୁପରଭାଇଜର ମଧ୍ୟ ଅଛନ୍ତି।
    ସଂଯୁକ୍ତାଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଂଯୁକ୍ତା ସେଠୀଙ୍କର ତ୍ୟାଗ, ନିଷ୍ଠା ଓ ଜନସେବା ମହିଳା ସଶକ୍ତିକରଣର ସର୍ବଶ୍ରେଷ୍ଠ ଉଦାହରଣ। ଏହା ସହିତ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
    ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସଂଯୁକ୍ତାଙ୍କୁ ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ସଂଯୁକ୍ତାଙ୍କର ଏହି ସଫଳତା ଓଡ଼ିଶା ପାଇଁ ଗୌରବର ବିଷୟ। ଆଗାମୀ ଦିନରେ ସେ ଆହୁରି ସଫଳତା ପାଆନ୍ତୁ ବୋଲି ନବୀନ କାମନା କରିଛନ୍ତି।

    ସେହିପରି ନର୍ସିଂ ଅଫିସର ସଂଯୁକ୍ତା ସେଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ତଥା ଉତ୍ତମ ସେବା ଯୋଗାଇବା ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ସମ୍ମାନରେ ସମ୍ମାନିତ ହୋଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସିଂ ଅଫିସର ସଂଯୁକ୍ତା ସେଠୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

    ଆଜି ତାଙ୍କୁ ଏହି ପୁରସ୍କାର ମିଳିବା ପରେ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ଜିଲ୍ଲାରେ ଗତ ୩୦ ବର୍ଷ ଧରି ଉତ୍ତମ ସେବା,ବ୍ୟର୍ଜବସ୍ତୁ ପରିଚାଳନା,ଦୁର୍ଘଟଣାରେ ସବୁଠାରୁ ଅଧିକା ଆହତଙ୍କୁ ଚିକିତ୍ସା କରି ରେକର୍ଡ ତଥା ଜିଲ୍ଲାରେ ଜଣେ ଆଦର୍ଶ ସେବିକା ଭାବେ କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ଏହି ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାରରେ ସମ୍ମାନୀତ କରାଯାଇଛି।

    ସେ ଏହି ପୁରସ୍କାର ପାଇବା ପରେ ନିଜକୁ ଗୌରବାନ୍ବିତ ମନେ କରିବା ସହ ଏହା ଜିଲ୍ଲାବାସୀଙ୍କ ଆର୍ଶିବାଦ ବୋଲି କହିଛନ୍ତି। ଆଗକୁ ମଧ୍ୟ ସେ ଏହି ସେବା ଜାରି ରଖିବେ ବୋଲି କହିଛନ୍ତି। ପ୍ରକାଶ ଥାଉକି ଭାରତୀୟ ନର୍ସିଂ ପରିଷଦ ତରଫରୁ ଉତ୍ତମ ସେବା ପାଇଁ ତାଂକ ନାମ ସୁପାରିଶ କରାଯାଇଥିଲା।
    ସେ ମାଲକାନଗିରିରେ ୧୯୯୪ ମସିହାରୁ କାର୍ଯ୍ୟ ଆରମ୍ଭ କରିଥିଲେ। ସେତେବେଳେ ଜିଲ୍ଲାର ଅତ୍ୟନ୍ତ ଅନୁନ୍ନତ ଥିଲା। ସ୍ଥାନୀୟ ଲୋକେ ଓଡିଆ ଭାଷା ଜାଣି ନ ଥିବାରୁ ଚିକିତ୍ସାରେ ବହୁ ସମସ୍ୟା ଦେଖା ଦେଉଥିଲା। କିନ୍ତୁ ସେସବୁକୁ ପଛରେ ପକାଇ ସଂଯୁକ୍ତା ଅନବରତ ସେବା ଜାରି ରଖିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.2 ° C
    26.2 °
    26.2 °
    17 %
    2.1kmh
    15 %
    Tue
    28 °
    Wed
    37 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ