Monday, July 14, 2025
27.9 C
Odisha

    FM କଲେଜ ଆଗରେ ବିଜୁ ଛାତ୍ର ଓ ଯୁବ ଜନତାଦଳର ପ୍ରତିବାଦ,ଛାତ୍ରୀଙ୍କ ପ୍ରତି ନ୍ୟାୟ ଦାବିରେ ବିକ୍ଷୋଭ

    ଆଗକୁ ପଢନ୍ତୁ

    ବାଲେଶ୍ବର : ଏଫଏମ କଲେଜ ଆଗରେ ବିଜୁ ଛାତ୍ର ଓ ଯୁବ ଜନତାଦଳର ପ୍ରତିବାଦ । ଆତ୍ମାହୁତି କରିଥିବା ଛାତ୍ରୀଙ୍କ ପ୍ରତି ନ୍ୟାୟ ଦାବିରେ ବିକ୍ଷୋଭ ହୋଇଛି । ସରକାର ଛାତ୍ରୀଙ୍କୁ ସୁରକ୍ଷା ନ ଦେବା ଦୁଃଭାଗ୍ୟଜନକ ବୋଲି ଦଳ କହିଛି । ଘଟଣାରେ କଲେଜ ଅଧକ୍ଷ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ବିଜେଡି ଦାବି କରିଛି । ଏହାସହ ଛାତ୍ରୀଙ୍କୁ ପେଟ୍ରୋଲ ଦେଲା କିଏ ,ଜୀବନ ହାରିବାକୁ କିଏ ପ୍ରବର୍ତ୍ତାଇ ଥିଲା । ଏ ନେଇ ତଦନ୍ତ ପାଇଁ ବିଜେଡ଼ି କହିଛି ।

    ଅନ୍ୟପଟେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଏଫଏମ କଲେଜ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ଜଳିଯାଇଛି । ନିର୍ଯାତନା ଅଭିଯୋଗରେ ନ୍ୟାୟ ନମିଳିବାରୁ ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀ ଜଣଙ୍କ ଦେହରେ ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଏମସ ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା ଚାଲିଛି । ୮ ଜଣିଆ ବିଶେଷଜ୍ଞ ଟିମ୍ ଚିକିତ୍ସା ପାଇଁ ନିୟୋଜିତ ଅଛନ୍ତି । ଆବଶ୍ୟକ ହେଲେ ତାଙ୍କୁ ଏୟାରଲିଫ୍ଟ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    78 %
    1.2kmh
    100 %
    Mon
    28 °
    Tue
    32 °
    Wed
    31 °
    Thu
    31 °
    Fri
    32 °

    ସମ୍ବନ୍ଧିତ