Sunday, September 20, 2026
30.5 C
Odisha

    କେଦାରନାଥଙ୍କୁ ପୂଜାର୍ଚ୍ଚନା ସାରି କେନ୍ଦୁଝର ଫେରିଥାନ୍ତେ ୪ ଜଣ ବୋଲବମ୍ ଭକ୍ତ, ଅଟକାଇ ଦେଲା ବର୍ଷା ଓ ଭୂସ୍ଖଳନ

    ଆଗକୁ ପଢନ୍ତୁ

    ତେଲକୋଇ: କେନ୍ଦୁଝର ଜିଲ୍ଲାର ୪ ଜଣ ବୋଲବମ୍ ଭକ୍ତ ଉତ୍ତରାଖଣ୍ଡର କେଦାରନାଥରେ ଫଶିଛନ୍ତି। ୩ ଦିନ ହେଲାଣି ସେମାନେ ସେଠାରେ ଫଶି ରହିଥିବା ସୂଚନା ମିଳିଛି।ତେଲକୋଇ ଥାନା ଅଞ୍ଚଳର ୩ ଜଣ ଓ ସଦର ଥାନା ଅଞ୍ଚଳର ଜଣେ ଭକ୍ତ ରହିଛନ୍ତି।

    ଗତ ୩୧ ତାରିଖ ରାତିରେ ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡର ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ କେଦାରନାଥ ରାଜପଥ ଧୋଇ ହୋଇ ଯିବା ସହିତ ପୋଲ ମଧ୍ୟ ନଷ୍ଟ ହୋଇଯାଇଛି। ଏହି ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଭୂଭାଗରେ ଯିବା ଆସିବା ବିଚ୍ଛିନ୍ନ ହୋଇ ପଡିଛି। ଫଳରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଗ୍ରାମର ସଦାନନ୍ଦ ସାହୁ(୩୫), ସରୁଆଳୀ ଗ୍ରାମର କାର୍ତ୍ତିକ ଖିଲାର(୪୪), ଚନ୍ଦ୍ରଶେଖରପୁର ଗ୍ରାମର ମହେଶ୍ୱର ପ୍ରଧାନ(୫୪) ଓ ସଦର ଥାନା ଅନ୍ତର୍ଗତ କେମ୍ପସଡା ଗ୍ରାମର ଋଷିନାଥ ମହାନ୍ତ(୨୮) ଫଶି ରହିଛନ୍ତି। ୩୧ ତାରିଖ ଦିନ କେଦାରନାଥଙ୍କୁ ପୂଜାର୍ଚ୍ଚନା ପରେ ୧ ତାରିଖ ସକାଳେ ଫେରିବା ଯୋଜନା ରହିଥିଲା।

    ତେବେ ୩୧ ତାରିଖ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ୨୦୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏବେବି ଫଶି ରହିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ରିଲିଫ ସହାୟତା ସହିତ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଛି। ପାଗ ମେଘୁଆ ଓ କୁହୁଲା ସାଙ୍ଗକୁ ଅନ୍ଧାରିଆ ରହୁଛି। ପ୍ରତିକୂଳ ପାଗ ପାଇଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି। ସେଠାରେ ଆବଶ୍ୟକ ଅମ୍ଳଜାନ ଅଭାବ ପରିଲକ୍ଷିତ ହେଉଥିବା ଫଶି ରହିଥିବା ଶ୍ରଦ୍ଧାଳୁମାନେ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    65 %
    2.7kmh
    97 %
    Sun
    30 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ