Saturday, March 28, 2026
25 C
Odisha

    ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ। ୬ଟି ସଂସଦୀୟ କ୍ଷେତ୍ରର ୪୨ ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରାଜ୍ୟରେ ରହିଛନ୍ତି । ଏହି ପର୍ଯ୍ୟାୟରେ ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ । ସେଥିମଧ୍ୟରେ ୫୦.୮୮ଲକ୍ଷ ପୁରୁଷ ଭୋଟର ଥିବାବ‌େଳେ ମହିଳା ଭୋଟରଙ୍କ ସଂଖ୍ୟା ୪୮.୭୨ ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୬୦୮୭ ରହିଛି।ରାଜ୍ୟର ୧୦ ହଜାର ୮୮୨ ଟି ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ଆଦର୍ଶ ବୁଥ୍ ରହିଛି। ନିର୍ବାଚନ କାର୍ଯ୍ୟରେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ। ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ ରାଜ୍ୟରେ ମଇଦାନରେ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି। ସେଥିମଧ୍ୟରେ ୩୯୪ ବିଧାନସଭା ପ୍ରାର୍ଥୀ ଏବଂ ୬୬ ଲୋକସଭା ପ୍ରାର୍ଥୀ ରହିଛନ୍ତି।

    ସିଏପିଏଫର ୧୨୫ କମ୍ପାନୀ ସୁରକ୍ଷା କାର୍ଯ୍ୟରେ ମୁତୟନ ହେବେ। ପିଡବ୍ଲୁଡି ପକ୍ଷରୁ ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି। ପୋଲିଂ ବୁଥ୍‌କୁ ମୋବାଇଲ ଫୋନ୍ ନେବାକୁ ମନା କରାଯାଇଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଏଜେଣ୍ଟ ଓ ଭୋଟର ବୁଥ୍‌କୁ ମୋବାଇଲ ନେଇ ପାରିବେ ନାହିଁ। ୨୦୧୯ରେ ଏହି ୬ ଟି ସଂସଦୀୟ କ୍ଷେତ୍ରରେ ୭୪ ପ୍ରତିଶତ ମତଦାନ ହାର ରହିଥିଲା | ବୋଲଗଡ଼ର ବୁଥ୍ ଭିତର ସିସିଟିଭି ଭିଡିଓ ଭାଇରାଲ ଘଟଣାରେ ତଦନ୍ତ କରି ରିପୋର୍ଟ ଖୋର୍ଦ୍ଧା ଜିଲ୍ଲାପାଳ ଦେବେ ବୋଲି ସେ କହିଛନ୍ତି।

    ରାଜ୍ୟରେ ୨୦୧୪ ନିର୍ବାଚନରେ ୨୦ କୋଟି ଟଙ୍କା ଜବତ ହୋଇଥିଲା। ସେହିପରି ୨୦୧୯ରେ ୪୪.୦୭ କୋଟି ଏବଂ ୨୦୨୪ ରେ ଆଜି ପର୍ଯ୍ୟନ୍ତ ୨୭୫ କୋଟି ଜବତ ହୋଇଛି। ଚଳିତ ବର୍ଷ ମତଦାନ ହାର ୨୦୧୯ ତୁଳନାରେ ଅଧିକ ରହିଛି। ଭୁବନେଶ୍ୱରରେ ମତଦାନ ହାର ୫୦ ପ୍ରତିଶତରୁ ଅଧିକ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    50 %
    2.3kmh
    30 %
    Sat
    39 °
    Sun
    40 °
    Mon
    40 °
    Tue
    38 °
    Wed
    38 °

    ସମ୍ବନ୍ଧିତ