Saturday, October 10, 2026
22.4 C
Odisha

    ରାହୁଲଙ୍କ ପ୍ରତିଶ୍ରୁତି: ରାଜ୍ୟର ୩୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଦେବୁ

    ଆଗକୁ ପଢନ୍ତୁ

    ଭଦ୍ରକ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭଦ୍ରକର ସିମୁଳିଆଠାରେ ଏକ ଜନସଭାକୁ ଗୁରୁବାର ସମ୍ବୋଧିତ କରିଛନ୍ତି। ରାହୁଲ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜେପି ଏବଂ ବିଜେଡି ମଧ୍ୟରେ ସମ୍ପର୍କ ଥିବା ସେ ଅଭିଯୋଗ କରିଛନ୍ତି। ଦୁଇ ଦଳର ଚିନ୍ତାଧାରା ସମାନ ଥିବା ସେ କହିଛନ୍ତି। ବିଜେପି ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି।

    ପୃଥିବୀର କୌଣସି ଶକ୍ତି ଭାରତୀୟ ସମ୍ବିଧାନକୁ ନଷ୍ଟ କରି ପାରିବ ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଅଗ୍ନିବୀର ଯୋଜନାକୁ ରଦ୍ଦ କରିବ। ଏହା ସହିତ ରାଜ୍ୟର ୩୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।

    ଜୁନ୍ ୪ରେ ଆମେ କ୍ଷମତାକୁ ଆସିଲେ ମହାଲକ୍ଷ୍ମୀ ଯୋଜନା ଆରମ୍ଭ କରିବୁ। ଜୁନ୍ ୫ରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ୮,୫୦୦ଟଙ୍କା ପଠାଯିବ ବୋଲି ସେ କହିଛନ୍ତି। ଏହା ସହିତ ଚାଷୀଙ୍କ ଋଣ ଛାଡ କରାଯିବ। ମୁଁ ବିଜେପି ବିରୋଧରେ ଲଢୁଛି ବୋଲି ମୋ ବିରୋଧରେ ୨୪ ମାମଲାର ଜାରି ରହିଥିବା ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ