Friday, September 26, 2025
23.6 C
Odisha

    ସାଙ୍ଗକୁ ହତ୍ୟା କରିଛି ସାଙ୍ଗ

    ଆଗକୁ ପଢନ୍ତୁ

    ରାଜଧାନୀରେ ହୋଇଥିବା ବିଭତ୍ସ ହତ୍ୟା ଘଟଣାରେ ହତ୍ୟାକାରୀକୁ ଧରିଲା ତମାଣ୍ଡୋ ଥାନା ପୋଲିସ । ଆଜି ଭୁବନେଶ୍ୱର ତମାଣ୍ଡୋ ନିକଟ ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଘର ମାଲିକଙ୍କୁ ଭଡାଟିଆ ହତ୍ୟା କରିଥିବା ଘଟଣା ପ୍ରଘଟ ହୋଇଥିଲା । ହେଲେ ଏହାର ସତ୍ୟତା ପ୍ରକାଶ କରିଛି କମିଶନରେଟ୍ ପୋଲିସ ।ଡିସିପି ପ୍ରତୀକ ସିଂଙ୍କ ତଥ୍ୟ ଅନୁସାରେ, ତମାଣ୍ଡୋ ରେତଙ୍ଗ ଅଞ୍ଚଳରେ ରହୁଥିଲେ ଦୁଇ ଯୁବକ । ସେଥିରୁ ୩୫ ବର୍ଷିୟ ସୁଶାନ୍ତ ଶତପଥୀ ରୋଷେୟା କାମ କରୁଥିବାବେଳେ ତାଙ୍କ ସାଙ୍ଗ ରଞ୍ଜନ ମିସ୍ତ୍ରୀ କାମ କରୁଥିଲେ । ଦୁହେଁ ଗୋଟିଏ ଘରେ ଭଡାରେ ରହୁଥିଲେ । ଗୁରୁବାର ରାତିରେ ଦୁହେଁ ନିଶାସକ୍ତ ଅବସ୍ଥାରେ ରୁମକୁ ଫେରିଥିଲେ । ଏହା ଭିତରେ ଦୁହିଁଙ୍କ ଭିତରେ କ’ଣ ବଚସା ହୋଇଥିଲା ଯାହାକୁ ନେଇ ସୁଶାନ୍ତଙ୍କୁ ପିଟି ପିଟି ହତ୍ୟା କରିଥିଲା ରଞ୍ଜନ । ହତ୍ୟା ପରେ ସଚୁଶାନ୍ତଙ୍କ ମୃତଦେହକୁ ନେଇ ରାସ୍ତା କଡାରେ ଫିଙ୍ଗି ଦେଇ ଆସିଥିଲା । ଏହି ଘଟଣାର ଯାଞ୍ଚ ପରେ ପୋଲସିସ ଏହି ତଥ୍ୟ ପ୍ରକାଶ କରିବା ସହ ହତ୍ୟାର କାରଣ ଖୋଜିବା ଜାରି ରଖିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    95 %
    0.6kmh
    7 %
    Thu
    24 °
    Fri
    29 °
    Sat
    27 °
    Sun
    28 °
    Mon
    28 °

    ସମ୍ବନ୍ଧିତ