Sunday, March 22, 2026
23.7 C
Odisha

    ଗାଜା ଏୟାର୍‌ଷ୍ଟ୍ରାଇକ୍‌ରେ ୨୨ ଜଣ ମୃତ

    ଆଗକୁ ପଢନ୍ତୁ

    ଗାଜା: ଗାଜାରେ ଏକ ଏୟାର୍‌ଷ୍ଟ୍ରାଇକ୍‌ ହୋଇ ସମୁଦାୟ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଦୁଃଖର କଥା ହେଉଛି ମୃତକଙ୍କ ମଧ୍ୟରେ ଅନେକ ଶିଶୁ ବି ଅଛନ୍ତି। ତେବେ କେବଳ ଉତ୍ତର ପଶ୍ଚିମ କୂଳରେ ଇସ୍ରାଏଲର ବୋମା ମାଡ଼ରେ ୫ ଜଣ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

    ଇସ୍ରାଏଲ୍‌ ପକ୍ଷରୁ ହୋଇଥିବା ଏହି ଡ୍ରୋନ୍‌ ଷ୍ଟ୍ରାଇକ୍‌ ଦକ୍ଷିଣାଞ୍ଚଳ ସହର ଖାନ୍‌ ୟୁନିସ୍‌କୁ ଲକ୍ଷ୍ୟ କରାଯାଇ ହୋଇଥିଲା ବୋଲି ସୋସିଆଲ୍‌ ମିଡିଆ ଉତ୍ସରୁ ଜଣାପଡ଼ିଛି। ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ରିପୋର୍ଟରୁ ଜଣାପଡ଼ିଛି।

    ଉଳ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସରେ ହୋଇଥିବା ଇସ୍ରାଏଲ୍‌ ଆକ୍ରମଣରେ ହମାସ ଦ୍ବାରା ଅପହୃତ ହୋଇଥିବା ପ୍ରାୟ ୨୫୦ ଜଣ ଲୋକଙ୍କ ମଧ୍ୟରେ ଏହି ନାମଗରିକମ‌ାନେ ସାମିଲ୍‌ ଥିଲେ।

    ତେବେ ଗାଜାର ସ୍ବାସ୍ଥ୍ୟ ବିଭାଗର କହିବାନୁଯାୟୀ, ଇସ୍ରାଏଲ୍‌ ସେନା ବିଭିନ୍ନ ସ୍ଥାନରେ ଆକ୍ରମଣ କରିବା ପରେ ୨୨ ପାଲେଷ୍ଟାଇନ୍‌ ନାଗରିକଙ୍କ ଜୀବନ ଯାଇଛି। ଗତବର୍ଷରୁ ନେଇ ଏବେ ପର୍ଯ୍ୟନ୍ତ ହୋଇଥିବା ଇସ୍ରାଏଲ୍‌ ଆକ୍ରମଣରେ ଏବେ ସୁଦ୍ଧା ୪୦ ହଜାର ୪୭୬ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ଘଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ