Monday, May 20, 2024
25.1 C
Odisha

    ବ୍ରିଟେନର ରାଜକୁମାରୀଙ୍କ ଫଟୋକୁ ନେଇ ଏତେ ବିବାଦ କାହିଁକି ? କ୍ଷମା ମଧ୍ୟ ମାଗିବାକୁ ମଧ୍ୟ ପଡିଲା

    ଆଗକୁ ପଢନ୍ତୁ

    ବ୍ରିଟେନର ରାଜକୁମାରୀ କେଟ୍ ମିଡଲେଟନ୍ ନିକଟରେ ଏକ ଚିତ୍ର ସେୟାର କରିଥିଲେ । ପ୍ରକାଶ ଥାଉକି, ଫଟୋ ସଂପର୍କରେ ବିବାଦ ଆରମ୍ଭ ହୋଇଥିଲା ଯେ ଏହା ଏକ ଏଡିଟେଡ ଫଟୋ । ବର୍ତ୍ତମାନ ଏହି ପାରିବାରିକ ଫଟୋକୁ ନେଇ ହୋଇଥିବା ଦ୍ୱନ୍ଦ୍ୱ ପାଇଁ କେଟ୍ ମଧ୍ୟ କ୍ଷମା ମାଗିଛନ୍ତି। ଚିତ୍ରରେ କେଟ୍ ତାଙ୍କର ତିନି ପିଲାଙ୍କ ସହ ବସିଥିବାର ନଜର ଆସିଥିଲେ। ବିବାଦ ଏତେ ବଢିଗଲା ଯେ ଅନେକ ନ୍ୟୁଜ୍ ଏଜେନ୍ସି ସେମାନଙ୍କ ପ୍ଲାଟଫର୍ମରୁ କେଟ୍ ଙ୍କ ଉକ୍ତ ଫଟୋ ହଟାଇ ଦେଇଛନ୍ତି ।ବ୍ରିଟେନର ରାଜକୁମାରୀ କେଟ୍ ମିଡଲେଟନ୍ ନିକଟରେ ଏକ ଚିତ୍ର ସେୟାର କରିଛନ୍ତି । ତାଙ୍କର ଏହି ଚିତ୍ର ରାଜ ପରିବାରକୁ ଅସୁବିଧାରେ ପକାଇଛି । କାରଣ ଏହି ଚିତ୍ର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଲୋକମାନେ ବିଶ୍ଵାସ କରୁଥିଲେ ଯେ କେଟ୍ ଦ୍ୱାରା ସେଆର ହୋଇଥିବା ଫଟୋ ପ୍ରକୃତ ନୁହେଁ ଏହା ଏଡିଟ୍ ହୋଇଛି । ବର୍ତ୍ତମାନ ଏହି ପାରିବାରିକ ଫଟୋକୁ ନେଇ ହୋଇଥିବା ଦ୍ୱନ୍ଦ୍ୱ ପାଇଁ କେଟ୍ ମଧ୍ୟ କ୍ଷମା ମାଗିଛନ୍ତି । ଫଟୋ ଏଡିଟ୍ ହୋଇଥିବା ସେ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି । ଚିତ୍ରଟି କେନ୍ସିଙ୍ଗଟନ୍ ପ୍ୟାଲେସ୍ ଦ୍ଵାରା ସେୟାର କରାଯାଇଥିଲା । ​​ଯେଉଁଥିରେ କେଟ୍ ତାଙ୍କର ତିନି ପିଲାଙ୍କ ସହ ବସିଥିବାର ନଜର ଆସିଥିଲେ । ବିବାଦ ଏତେ ବଢିଗଲା ଯେ ଗେଟୀ, ରଏଟର୍ସ, ଆସୋସିଏଟେଡ୍ ପ୍ରେସ ଏବଂ ଏଫପି ସମେତ ଅନେକ ସମ୍ବାଦ ଏଜେନ୍ସିଙ୍କୁ ସେମାନଙ୍କ ପ୍ଲାଟଫର୍ମରୁ କେଟଙ୍କ ଉକ୍ତ ଫଟୋକୁ ହଟାଇବାକୁ ପଡିଲା ।
    ପେଟ ଅସ୍ତ୍ରୋପଚାର ପରେ ଚିତ୍ର ସାମ୍ନାକୁ ଆସିଥିଲା ​​

    ଜାନୁଆରୀରେ ରାଜକୁମାରୀ କେଟ୍ ନିଜ ପେଟରେ ଅସ୍ତ୍ରୋପଚାର କରିଥିଲେ । ମାର୍ଚ୍ଚ ୧୦ ରେ ଅସ୍ତ୍ରୋପଚାର ପରେ ତାଙ୍କର ପ୍ରଥମ ଚିତ୍ର ପ୍ରକାଶ ପାଇଥିଲା । ଏହି ଚିତ୍ରଟି ତାଙ୍କ ସ୍ୱାମୀ ପ୍ରିନ୍ସ ୱିଲିୟମଙ୍କ ଦ୍ୱାରା ନିଆଯାଇଥିଲା । ଏବେ ଚିତ୍ର କ୍ରପ୍ କରିବା ନେଇ ଏକ ବିବାଦ ଆରମ୍ଭ ହୋଇଥିଲା । କୁହାଯାଉଛି ଯେ ତାଙ୍କ ହାତରେ ଏଗେଜମେଣ୍ଟ ରିଙ୍ଗ ମଧ୍ୟ ନାହିଁ। ଏହା ମଧ୍ୟ କୁହାଯାଇଥିଲା ଯେ କେଟ୍ ଙ୍କ ଝିଅର କାର୍ଡିଗାନର ସ୍ଲିଭ୍ ଅଂଶ ସଠିକ୍ ଭାବରେ ଦୃଶ୍ୟମାନ ହେଉ ନଥିଲା, ସେଥିପାଇଁ ଅଧିକାଂଶ ନ୍ୟୁଜ୍ ଏଜେନ୍ସି ଏହି ଚିତ୍ରକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଥିଲେ । ମାତୃ ଦିବସ ଅବସରରେ ଏହି ଚିତ୍ର ବ୍ରିଟେନରେ ସେଆର ହୋଇଥିଲା ।

    ଏଡିଟେଡ ଫଟୋ ପାଇଁ କେଟ୍ କ୍ଷମା ପ୍ରାର୍ଥନା କରିଛନ୍ତି

    ଚିତ୍ରରେ କେଟ୍ ମିଡଲେଟନ୍ ତାଙ୍କର ତିନି ସନ୍ତାନ ପ୍ରିନ୍ସ ଜର୍ଜ, ରାଜକୁମାରୀ ଚାର୍ଲୋଟେ ଏବଂ ପ୍ରିନ୍ସ ଲୁଇଙ୍କ ସହ ହସୁଥିବାର ନଜର ଆସିଥିଲେ । ସୋସିଆଲ ମିଡିଆ ସାଇଟରେ ସେ ଲେଖିଛନ୍ତି, “ଅନେକ ଉତ୍ସାହୀ ଫଟୋଗ୍ରାଫରଙ୍କ ପରି ମୁଁ ମଧ୍ୟ ବେଳେବେଳେ ଏଡିଟିଂ ସହିତ ପରୀକ୍ଷାନିରୀକ୍ଷା କରିଥାଏ । ଗତକାଲି ଆମେ ସେୟାର କରିଥିବା ପାରିବାରିକ ଫଟୋ ବିଷୟରେ ଉପୁଜିଥିବା ଦ୍ୱନ୍ଦ୍ୱ ପାଇଁ ମୁଁ କ୍ଷମା ମାଗୁଛି । ରାଜପ୍ରାସାଦ ସୂତ୍ରରୁ ପ୍ରକାଶ ଯେ ଏହି ଫଟୋକୁ ରାଜକୁମାର ମାତୃ ଦିବସ ପାଇଁ ଏକ ଆନୁଷ୍ଠାନିକ ପରିବାର ଫଟୋ ଉପସ୍ଥାପନ କରିବାକୁ ଚାହୁଁଥିବାରୁ ପ୍ରିନ୍ସ ଅଫ୍ ୱେଲ୍ସ ଏକ ହବି ଭାବରେ ଏହା ଉଠାଇଥିଲେ।

    କିଏ ଏହି କେଟ୍ ମିଡଲେଟନ୍ ?

    କେଟ୍ ମିଡଲେଟନ୍ ହେଉଛନ୍ତି ରାଜା ଚାର୍ଲ୍ସ ଏବଂ ରାଜକୁମାରୀ ଡାଏନାଙ୍କ ବଡ ପୁଅ ପ୍ରିନ୍ସ ୱିଲିୟମ୍ସଙ୍କ ପତ୍ନୀ । ୨୦୧୧ ରେ ଦୁହେଁ ବିବାହ କରିଥିଲେ । ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି – ପ୍ରିନ୍ସ ଜର୍ଜ, ରାଜକୁମାରୀ ଚାର୍ଲୋଟ ଏବଂ ପ୍ରିନ୍ସ ଲୁଇ । ଏହା ପ୍ରଥମ ଘଟଣା ନୁହେଁ ଯେ କେଟଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି । ଏହା ପୂର୍ବରୁ ମଧ୍ୟ ବିଭିନ୍ନ କରଣ ନେଇ ସେ ସର୍ବଦା ବିବାଦରେ ରହି ଆସିଛନ୍ତି । ଗତ ବର୍ଷ ଏକ ପୁସ୍ତକ ଦାବି କରିଥିଲା ​​ଯେ ମିଡଲେଟନ୍ ଙ୍କୁ ବିବାହ ପୂର୍ବରୁ ତାଙ୍କୁ ପ୍ରଜନନ ପରୀକ୍ଷା କରିବାକୁ ପଡ଼ିଥିଲା କାରଣ ସେ କୌଣସି ରାଜ ପରିବାରରୁ ଆସି ନଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    85 %
    1.8kmh
    0 %
    Mon
    41 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ