Tuesday, September 8, 2026
26.4 C
Odisha

    ନବୀନ ବାବୁ ବ୍ୟାଗ୍‌ରେ ଷ୍ଟିକର ମାରି ନିଜେ ଚାଉଳ ଦେଉଛନ୍ତି ବୋଲି କହୁଛନ୍ତି: ଶାହ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗରିବଙ୍କୁ ଚାଉଳ ଦେବା ପ୍ରସଙ୍ଗ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଗଂଜାମ ଜିଲ୍ଲା ଆସିକା ଲୋକସଭା ଅଧୀନ ସୋରଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଜୟ ସଂପର୍କ ସମାବେଶରୁ ନବୀନଙ୍କୁ ସିଧା ନିଶାନା କରିଛନ୍ତି। ସେ କହିଛନ୍ତି, ଗରିବ କଲ୍ୟାଣ ଯୋଜନାରେ ଦେଶର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଉଳ ପଠାଉଛନ୍ତି। ହେଲେ ମୋଦୀ ପଠାଉଥିବା ଚାଉଳକୁ ନବୀନ ସରକାର ଏକ ବ୍ୟାଗରେ ପୂରାଇ ଷ୍ଟିକର ମାରି ନିଜେ ଚାଉଳ ଦେଉଥିବା କଥା କହୁଛନ୍ତି। ଯଦି ବ୍ୟାଗ ଦେଉଛ, ସେଥିରେ ଆଉ ଅଢେଇ କେଜି ଚାଉଳ ଦିଅନ୍ତୁ। ଚାଉଳ ଦେଲେ ଗରିବ ଲୋକ ଉପକୃତ ହେଇପାରିବେ ବୋଲିଶାହା କହିଛନ୍ତି।ନବୀନଙ୍କୁ ଟାର୍ଗେଟ କରି ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି କରି ମିଛରେ ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି ନବୀନ ବାବୁ। ହେଲେ ଚିନ୍ତା କରିବା ଦରକାର ନାହିଁ। କାହିଁକି ନା, ନବୀନ ବାବୁ ଆଉ ସରକାରକୁ ଆସିବେନି। ଓଡ଼ିଶାର ଲୋକ ତାଙ୍କୁ ଟାଟା ବାଏ ବାଏ କରିଦେବେ। ଏବେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    88 %
    1kmh
    91 %
    Tue
    27 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ