Saturday, July 27, 2024
25.7 C
Odisha

    ଓଡିଶା ସରକାରଙ୍କ ଇନ୍‌ଷ୍ଟାଗ୍ରାମକୁ ଦଳୀୟ ପ୍ରଚାରରେ ବ୍ୟବହାର କରୁଛି ବିଜେଡି: ସଜ୍ଜନ ଶର୍ମା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୫/୦୫: ରାଜ୍ୟ ସରକାରଙ୍କ ଇନଷ୍ଟାଗ୍ରାମରେ ବିଜେଡି ନେତା ଭୈରବ କାର୍ତିକ ପାଣ୍ଡିଆନଙ୍କ ବକ୍ତବ୍ୟ ପ୍ରସାରଣ କରାଯିବା ଆଦର୍ଶ ନିର୍ବାଚନ ଆଚରଣ ସଂହିତାର ବିରୋଧୀ ଅଟେ । ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପିତ କରିଛନ୍ତି ।
    ରାଜ୍ୟ ସରକାରଙ୍କ ଇନଷ୍ଟାଗ୍ରାମ ଓ ପୋର୍ଟାଲକୁ ବିଜେଡି ନେତାମାନେ ଅପବ୍ୟବହାର କରୁଛନ୍ତି । ବିଜେଡି ନେତାଙ୍କ ଏଭଳି କାର୍ଯ୍ୟକଳାପ ପ୍ରମାଣିତ କରୁଛି ଆଜିବି ଓଡ଼ିଶାରେ ବ୍ୟୁରୋକ୍ରେସି ଶାସନ ଚାଲିଛି । ଓଡ଼ିଶାରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଜେପି ସର୍ବଦା ନିର୍ବାଚନ ଅଧିକାରୀଙ୍କ ଆଗରେ ଏଭଳି ଘଟଣା ଗୁଡିକ ଉପସ୍ଥାପତି କରୁଛି । ବିଜେଡିର ନେତାମାନେ ସରକାରୀ ପୋର୍ଟାଲ ଓ ସରକାରୀ ଇନଷ୍ଟାଗ୍ରାମରେ ପ୍ରଚାର ପ୍ରସାର କରିବା ନିର୍ବାଚନ ଆଚରଣ ବିରୋଧୀ । ତୁରନ୍ତ ଏହି ପ୍ରଚାରକୁ ବନ୍ଦ କରିବା ସହ ଭିକେ ପାଣ୍ଡିଆନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ଶର୍ମା ଦାବି କରିଛନ୍ତି ।
    କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ଏବିଇଓ ସୁଶାନ୍ତ କୁମାର ବେଉରା ବିଜେଡି ସଭାପତି ସଞ୍ଜୟ କୁମାର ଲେଙ୍କା ଓ ଅନ୍ୟ ବିଜେଡି ନେତାଙ୍କ ସହ ମିଶି ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ସେହିପରି ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ପାଇଁ ଖୁଲମଖୁଲା ନିର୍ବାଚନ ପ୍ରଚାର କରୁଛନ୍ତି ମହାକାଳପଡ଼ା ବ୍ଲକ ଶିଲିପୁର ଗ୍ରାମସସ୍ଥିତ ମା’ ତାରିଣୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଗଙ୍ଗାଧର ଦାସ । ଯାହାର ଫଟୋ ଓ ଭିଡିଓ ପ୍ରମାଣ ସ୍ୱରୁପ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଯାଇଛି । ଏନେଇ ଭୟୟ ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ନିୟମ ଅନୁସାରେ କାର୍ଯ୍ୟନୁଷ୍ଠାନ ନେବା ସହ ତାଙ୍କୁ କାର୍ଯ୍ୟରୁ ଅନ୍ତର କରନ୍ତୁ କରିବାକୁ ଶ୍ରୀ ଶର୍ମା ଦାବି କରିଛନ୍ତି ।
    କିଛି ମୁଷ୍ଟିମେୟ ସରକାରୀ ଅଧିକାରୀମାନେ ନିଜ କାର୍ଯ୍ୟ ଛାଡି ବିଜେଡି ପାଇଁ ପ୍ରଚାର କରୁଛନ୍ତି । ଏନେଇ ବିଜେପି ବାରମ୍ବାର ସିଇଓଙ୍କଠାରେ ଅଭିଯୋଗ କରିଛି । ସରକାରୀ ଅଧିକାରୀମାନେ ନିଜ କାର୍ଯ୍ୟ କରନ୍ତୁ ଓ ଦଳୀୟ ପ୍ରଚାରରୁ ଦୂରେଇ ରୁହନ୍ତୁ ବୋଲି ଶ୍ରୀ ଶର୍ମା କହିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ମହିଳାମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରେମଲତା କର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    93 %
    1.5kmh
    100 %
    Sat
    27 °
    Sun
    29 °
    Mon
    31 °
    Tue
    30 °
    Wed
    25 °

    ସମ୍ବନ୍ଧିତ