Tuesday, July 1, 2025
25.7 C
Odisha

    ଏକ ସପ୍ତାହ ମଧ୍ୟରେ ୩୪୦୦ ଟଙ୍କା କମିଲାଣି ସୁନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସୁନାଦର ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଏହାର ପ୍ରଭାବରେ ଭାରତରେ ବି ସୁନା ହ୍ରାସ ପାଇଚାଲିଛି । ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ମୂଲ୍ୟରେ ପ୍ରାରମ୍ଭିକ କାରବାରରେ ହ୍ରାସ ଘଟିଛି। ଏମସିଏକ୍ସରେ ଡିସେମ୍ବର ଡେଲିଭରି ପାଇଁ ସୁନା ଦର ୧୦ ଗ୍ରାମ ପିଛା ୭୨୮୬୭ ଟଙ୍କାକୁ ହ୍ରାସ ପାଇଛି ଓ ରୁପା କିଲୋଗ୍ରାମ ପିଛା ୮୮୦୩୨ ଟଙ୍କାକୁ ହ୍ରାସ ପାଇଛି । ଗତ ଏକ ସପ୍ତାହ ମଧ୍ୟରେ ସୁନା ୧୦ ଗ୍ରାମ ପିଛା ୩୪୦୦ ଟଙ୍କା ଓ ରୁପା କିଲୋ ପିଛା ୩୨୦୦ ଟଙ୍କା ହ୍ରାସ ପାଇଛି । ଫ୍ୟୁଚର ବଜାରରେ ସୁନା କମିବା ଯୋଗୁଁ ସ୍ପଟ ବଜାରରେ ବି ସୁନା କମିଚାଲିଛି । ସ୍ପଟ ବଜାରରେ ୨୨ କ୍ୟାରେଟ ସୁନା ୭୩୬୪୮ ଟଙ୍କାକୁ କମିଛି ।
    ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ ଆୟ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟାଉଛି । ଏପରିକି ବିଦେଶୀ ବଜାରରେ ମଧ୍ୟ ସୁନା ଓ ରୁପା ମୂଲ୍ୟରେ ତୀବ୍ର ସୁଧାର ଦେଖିବାକୁ ମିଳିଛି । କୋମେକ୍ସରେ ସୁନା ଦର ଆଉନ୍ସ ପିଛା ୨୫୬୭ ଡଲାରକୁ ଖସି ଆସିଛି, ଯାହା କି ପାଖାପାଖି ଅଧା ପ୍ରତିଶତ ହ୍ରାସ ପାଇଛି । ରୂପା ମୂଲ୍ୟରେ ମଧ୍ୟ ଦୁର୍ବଳତା ଦେଖାଯାଉଛି, ଦେଢ଼ ପ୍ରତିଶତରୁ ଅଧିକ ହ୍ରାସ ପାଇ ଏବେ ଆଉନ୍ସ ପିଛା ୩୦ ଡଲାରରେ ପହଞ୍ଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    87 %
    3kmh
    100 %
    Tue
    25 °
    Wed
    27 °
    Thu
    32 °
    Fri
    27 °
    Sat
    28 °

    ସମ୍ବନ୍ଧିତ