ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଆମ ଜୀବନରେ ଏକ ପାର୍ଟ ହୋଇଛି । ଯଦି ପାଖରେ ଏଗୁଡିକ ମଧ୍ୟରୁ ଗୋଟିଏ ବି ନାହିଁ ତେବେ ଆମର ଅନେକ କାମ ବନ୍ଦ ହୋଇଯାଏ । ଆଜିର ସମୟରେ କିଛି ନୂଆ ବିଷରେ ସୂଚନା ପାଇବା ପାଇଁ ଇଣ୍ଟରନେଟ୍ ହେଉଛି ସବୁଠାରୁ ବଡ଼ ମାଧ୍ୟମ । ଯଦି ଆପଣ ସୂଚନା ପାଇଁ ଗୁଗୁଲ୍ କ୍ରୋମ ବ୍ୟବହାର କରନ୍ତି ତେବେ ଆପଣଙ୍କ ପାଇଁ ଏକ ଗୁଡ୍ ନ୍ୟୁଜ୍ ଅଛି । ଡିଜିଟାଲ ଦୁନିଆରେ ଆପଣ ଏବେ ଆପଣଙ୍କର ଡାଟାକୁ ପୂର୍ବ ଅପେକ୍ଷା ଅଧିକ ସେଫ୍ ରଖିପାରିବେ । ଯେତେବେଳେ ଆମକୁ କିଛି ନୂଆ ବିଷୟରେ ସୂଚନା ପାଇବାକୁ ପଡେ, ଆମେ ଗୁଗୁଲ ସର୍ଚ୍ଚର ସାହାଯ୍ୟ ନେଇଥାଉ । ସର୍ଚ୍ଚିଂ ସମୟରେ ବେଳେବେଳେ ନିଜର ପର୍ସନାଲ୍ ଡିଟେଲ୍ସ ମଧ୍ୟ ଦେବାକୁ ପଡିଥାଏ । ଏଥି ସହ ସର୍ଚ୍ଚ ସମୟରେ ଆମର ପର୍ସନାଲ୍ ଡିଟେଲ୍ସକୁ କେଉଁଠୁ ଦେଇଛୁ ତାହା ଆମେମାନେ ଠିକ୍ ଭାବରେ ଧ୍ୟାନ ଦେଇ ନଥାନ୍ତି । ବର୍ତ୍ତମାନ ଗୁଗୁଲ ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଦେଇଛି । ଏବେ ଆପଣ Google search ରୁ ଆପଣଙ୍କର ପର୍ସନାଲ୍ ଇନଫରମେସନ୍ ସହଜରେ ହଟାଇ ପାରିବେ ।
Google ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଏକ ନୂଆ ଫିଚର ଦେଇଛି । ଯଦି ଆପଣ ଚାହୁଁନାହାଁନ୍ତି ଯେ ଆପଣଙ୍କର ପର୍ସନାଲ୍ ଡିଟେଲ୍ ଗୁଗୁଲ୍ ସର୍ଚ୍ଚରେ ଦେଖାଯାଉ, ତେବେ ଏବେ ଆପଣ ଏହାକୁ କଣ୍ଟ୍ରୋଲ୍ କରିପାରିବେ । ଏହା ସହିତ ଯଦି ଗୁଗୁଲ ସର୍ଚ୍ଚରେ କୌଣସି ଭୁଲ୍ ଇନଫରମେସନ୍ ଆସୁଛି, ତେବେ ଆପଣ ତାହାକୁ ଅପଡେଟ୍ ମଧ୍ୟ କରିପାରିବେ । ଏଥିପାଇଁ ଗୁଗୁଲ୍ ଦ୍ବାରା ଏକ ନୂଆ ଇଣ୍ଟରଫେସ୍ ୟୁଜର୍ସଙ୍କୁ ଯେକୌଣସି ଇନଫରମେସନକୁ ଡିଲିଟ୍ କିମ୍ବା ଅପଡେଟ୍ କରିବାକୁ ସୁବିଧା ଦେଇଥାଏ ।ଆପଣଙ୍କୁ କହିବୁ ଯେ ବର୍ତ୍ତମାନ ୟୁଜର୍ସଙ୍କୁ ସର୍ଚ୍ଚ ରେଜଲ୍ଟରେ ତିନୋଟି ଡଟ୍ ମିଳିବ । ଏହି ତିନୋଟି ଡଟ୍ ଉପରେ କ୍ଲିକ୍ କରିବା ଦ୍ବାରା ଏକ ନୂଆ ଇଣ୍ଟରଫେସ୍ ଖୋଲିବ । ଏଥିରେ ୟୁଜର୍ସମାନେ ଡିଟେଲ୍ସ ହଟାଇବା ପାଇଁ ରକୌଷ୍ଟ ପାଇବେ।ଆପଣଙ୍କୁ ଜଣାଇ ଦେଉଛୁ ଯେ ଇଣ୍ଟରଫେସରେ ତିନୋଟି ଅପ୍ସନ ରହିବ ଯେଉଁଥିରେ It Shows ‘‘My Personal Info, I Have a Legal Removal Request ଏବଂ It’s Outdated and I Want to Request a Refresh’’ ସାମିଲ ହେବ ।
ଇଣ୍ଟରଫେସରେ ଉପଲବ୍ଧ ପ୍ରଥମ ଅପ୍ସନ ସହିତ, ଆପଣ ଆପଣଙ୍କର ଫୋନ୍ ନମ୍ବର, ଇମେଲ୍ ଆଡ୍ରେସ୍, ଘର ଠିକଣା, କ୍ରେଡିଟ୍ କାର୍ଡ ଡିଟେଲ୍ସ ଏବଂ ଲଗଇନ୍ ଡିଟେଲକ୍ସ ଇତ୍ୟାଦି ହଟାଇ ପାରିବ । ଗୁଗୁଲ ଦ୍ବାରା ୟୁଜର୍ସଙ୍କ ରିକୌଷ୍ଟକୁ ରିଭ୍ୟୁ କରାଯିବ ଏବଂ ଯଦି ସବୁକିଛି ଠିକ୍ ବୋଲି ଜଣାପଡ୍ ତେବେ ଡିଟେଲ୍ସଗୁଡିଗୁ ରିମୁଭ୍ କରାଯିବ । ଯଦି ସେକେଣ୍ଡ ଅପ୍ସନ ବିଷୟରେ କଥା ହେବା ତେବେ ଏଥିରେ ଆପଣ କଣ୍ଟେଣ୍ଟକୁ ରିମୁଭ କରିପାରିବେ, ଯାହା ଗୁଗୁଲ୍ ପଲିସିର ଉଲ୍ଲଂଘନ କରିଥାଏ । ସେହିଭଳି, ଥାର୍ଡ ଏବଂ ଲାଷ୍ଟ ଅପ୍ସନରେ ୟୁଜର୍ସମାନେ ଇଣ୍ଟରନେଟରେ ଥିବା ସେମାନଙ୍କର ଇନଫରମେସନକୁ ଅପଡେଟ୍ କରିପାରିବେ ।