Tuesday, March 31, 2026
35.7 C
Odisha

    ଭାରତ ପାଇଁ ବଡ଼ ଘୋଷଣା କଲା ଗୁଗୁଲ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତରେ ଗୁଗୁଲ୍ ଫର୍ ଇଣ୍ଡିଆ କାର୍ଯ୍ୟକ୍ରମ ଗୁରୁବାର ଆୟୋଜିତ ହୋଇଥିଲା। ଏହି ଅବସରରେ, ଗୁଗୁଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଗୁଗୁଲ୍ ଏବେ ଜେମିନି ଲାଇଭ୍‌କୁ ହିନ୍ଦୀ ଭାଷାରେ ସପୋର୍ଟ କରିବ ବୋଲି ଘୋଷଣା କରାଯାଇଛି। ଏହା ପୂର୍ବରୁ ଜେମିନି ଲାଇଭ୍‌ ଇଂରାଜୀ ସହିତ ୮ ଟି ଭାଷାକୁ ସପୋର୍ଟ କରୁଥିଲା ।

    ଏହି ନୂତନ ସପୋର୍ଟ ସହିତ, ଭାରତୀୟ ୟୁଜରମାନେ ବର୍ତ୍ତମାନ ପ୍ରଶ୍ନ ପଚାରିପାରିବେ ଏବଂ ହିନ୍ଦୀରେ ପରାମର୍ଶ ପାଇପାରିବେ। ଗୁଗୁଲ୍ ଫର୍ ଇଣ୍ଡିଆର ଏହି ଇଭେଣ୍ଟରେ ଏକ ଲାଇଭ୍ ଡେମୋ ମଧ୍ୟ ଉପସ୍ଥାପିତ ହୋଇଥିଲା। ଜଣେ ମହିଳା ଜେମିନି ଲାଇଭ୍‌କୁ ତାଙ୍କର ନୂତନ ଚାକିରି ଅଫର ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ ଏବଂ ଜେମିନି ଲାଇଭ୍‌ ତାଙ୍କୁ ଏସମ୍ପର୍କରେ ପରାମର୍ଶ ଦେଇଥିଲା। ଏହା ଆପ୍‌କୁ ନିମ୍ନ ଡାହାଣ ପାର୍ଶ୍ୱରୁ ବ୍ୟବହାର କରାଯାଇପାରିବ। ୟୁଜରଙ୍କୁ ଆପ୍‌ରେ ଏକ ହୋଲ୍ଡ ଏବଂ ଏଣ୍ଡ ବଟନ୍ ଦିଆଯାଇଛି, ଯାହା ବ୍ୟବହାରରେ ବହୁତ ସହାୟକ ହେବ।

    ବର୍ତ୍ତମାନ ଗୁଗୁଲ୍ ଆପ୍‌ରେ ୟୁଜରମାନେ ୫ଲକ୍ଷ ଟଙ୍କାର ସାମାନ୍ୟ ଋଣ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନା ଋଣ ନେଇପାରିବେ। ଏହା ସହିତ, ଗୁଗୁଲ୍ ଆପୋଲୋ ହସ୍ପିଟାଲ୍ ସହିତ ସହଭାଗୀ ହୋଇଛି, ଯାହା ଅନ୍ତର୍ଗତ ଏହା ୮୦୦ରୁ ଅଧିକ ସ୍ୱାସ୍ଥ୍ୟ ଜ୍ଞାନ ପ୍ୟାନେଲ୍ ସୃଷ୍ଟି କରିବ। ଯାହା ହିନ୍ଦୀ ଏବଂ ଇଂରାଜୀ ଭାଷାରେ ୟୁଜରମାନଙ୍କୁ ସୂଚନା ପ୍ରଦାନ କରିବ।

    ଗୁଗୁଲ୍ ଜେମିନି ଲାଇଭ୍‌ ଏକ ଶକ୍ତିଶାଳୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍, ଯାହା ଗତ ବର୍ଷ ଗୁଗୁଲ ଦ୍ୱାରା ଆରମ୍ଭ ହୋଇଥିଲା। କମ୍ପାନି ଏହା ଉପରେ ବହୁତ ଯୋଜନା କରୁଛି, ଯେଉଁଥି ପାଇଁ ଏହା ନିକଟରେ ନୋଆମ ଶାଜିରଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଛି । ଗୁଗୁଲ୍‌ର ଜେମିନି ଏଆଇର ମୁକାବିଲା ଓପନ ଏଆଇର ଚାଟ୍‌ଜିପିଟି ଏବଂ ମାଇକ୍ରୋସଫ୍ଟର କପିଲଟ୍ ସହିତ ହେଉଛି। ଏଆଇ ଇଣ୍ଡଷ୍ଟ୍ରିରେ ଚାଟ୍‌ଜିପିଟି ବହୁତ ଲୋକପ୍ରିୟ, ଏବଂ ସେଠାରେ ଏକ ପେଡ୍ ଭର୍ସନ୍ ମଧ୍ୟ ଅଛି, ଯାହାକୁ ଚାଟ୍‌ଜିପିଟି ପ୍ଲସ୍ କୁହାଯାଉଛି। ସମ୍ପ୍ରତି ମାଇକ୍ରୋସଫ୍ଟ ଏହାର କପିଲଟ୍‌ର ଇଣ୍ଟରଫେସ୍ ମଧ୍ୟ ପରିବର୍ତ୍ତନ କରିଛି ଏବଂ ଏଥିରେ ଅନେକ ନୂତନ ବୈଶିଷ୍ଟ୍ୟ ଅନ୍ତର୍ଭୂକ୍ତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.7 ° C
    35.7 °
    35.7 °
    22 %
    4.6kmh
    69 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ