Monday, April 6, 2026
24.9 C
Odisha

    ବାତ୍ୟା କ୍ଷତିପୂରଣ ଲାଗି ଲାଞ୍ଚ ମାଗିବା ଭିଡିଓ ଭାଇରାଲ୍: କର୍ମଚାରୀ ନିଲମ୍ବିତ

    ଆଗକୁ ପଢନ୍ତୁ

    ଚାନ୍ଦବାଲି: ବାତ୍ୟାରେ କ୍ଷୟକ୍ଷତି ସହିଥିବା ଚାଷୀଙ୍କୁ କ୍ଷତିପୂରଣ ଦେବା ବେଳେ ଲୋକଙ୍କଠାରୁ କର୍ମଚାରୀ ଲାଞ୍ଚ ନେଉଥିବା ନେଇ ଭିଡିଓ ଭାଇରାଲ୍ ହେବା ପରେ ଭଦ୍ରକ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଭିଯୁକ୍ତ ଭଗବତୀ କିସାନଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା କୃଷି ଅଧିକାରୀ। ବାତ୍ୟାରେ କ୍ଷୟକ୍ଷତି ନେଇ ଚାଷୀଙ୍କୁ ସରକାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଘୋଷଣା କରିବା ପରେ ଏବେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଦେଖିବାକୁ ମିଳିଥିଲା। ତେବେ କ୍ଷତି ପୂରଣ ବାବଦରେ ରାଜ୍ୟ ସରକାର ହେକ୍ଟର ପିଛା ୮୫୦୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିବା ପରେ ଏହାର ଫାଇଦା ଉଠାଇଛନ୍ତି କିଛି ଲାଞ୍ଚୁଆ ସରକାରୀ କର୍ମଚାରୀ। ଚାନ୍ଦବାଲି ବ୍ଲକ ଅଧିନ ଭାଟପଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ଭିଏଲଡବ୍ଲୁ ଭଗବତୀ କିସାନ ଚାଷୀଙ୍କ ଠାରୁ ଜମି ଅନଲାଇନ୍ କରିବା ପାଇଁ ଖୁଲ୍ଲମ୍ ଖୁଲ୍ଲା ପାଞ୍ଚ ଶହ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ତେବେ କେଉଁ ଆଧାରରେ ପାଞ୍ଚ ଶହ ଟଙ୍କା ନେଉଛନ୍ତି ବୋଲି ଚାଷୀମାନେ ପ୍ରଶ୍ନ କରିବାରୁ ସେମାନଙ୍କୁ ଉକ୍ତ ଭଗବତୀ କିସାନ ନାଲି ଆଖି ଦେଖାଇବା ସହ ସରକାରୀ ଠାଣିରେ ସେମାନଙ୍କ ଜମି ଅନଲାଇନ୍ କରିବେ ନାହିଁ ବୋଲି କହୁଥିବାର ଭିଡିଓ ଭାଇରଲ ହେବାରେ ଲାଗିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ