Monday, October 5, 2026
29.8 C
Odisha

    ଯୋଗାଣ ମନ୍ତ୍ରୀଙ୍କ ଉପସ୍ଥିତିରେ ସୋହେଲାରେ ଖୋଲିଲା ଧାନମଣ୍ଡି

    ଆଗକୁ ପଢନ୍ତୁ

    ବରଗଡ଼: ବରଗଡ଼ ଜିଲ୍ଲା ସୋହେଲାରେ ଆଜି ଖୋଲିଛି ଧାନମଣ୍ଡି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂଜାର୍ଚ୍ଚନା କରିବା ପରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି ଏଥିଲାଗି ସୋହେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟ‌ୋଜିତ ହୋଇଛି। ଧାନ ମଣ୍ଡି ଖୋଲିବା ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ, ଚାଷୀଙ୍କ ପାଇଁ ଖୁସିର ଦିନ। ଚଳିତ ଖରିଫ ଋତୁରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ। ୨୩୦୦ ଟଙ୍କା ଏମ୍‌ଏସପି ଓ ୮୦୦ ଟଙ୍କା ବୋନସ୍ ପାଇବେ। ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଖରିଫ ଧାନ ସଂଗ୍ରହ କରାଯାଉଛି। କିଭଳି ସୁରୁଖୁରୁରେ ଧାନକିଣା ହେବ ସେନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    52 %
    1.6kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ