Friday, March 20, 2026
21.7 C
Odisha

    ନମୋ ଭାରତ ଟ୍ରେନ୍‌ର ଭିଡିଓ ସେୟାର କରିଥିବା ବ୍ୟବହାରକାରୀଙ୍କ ପ୍ରଶଂସା କଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନମୋ ଭରତ ଟ୍ରେନ ପୂର୍ବ ପେରିଫେରାଲ ଏକ୍ସପ୍ରେସୱେ ଦେଇ ଯାଉଥିବା ବେଳର ଏକ ଭିଡିଓ ପୋ‌ଷ୍ଟ୍‌ କରିଥିବ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୨୩ ମସିହା ଅକ୍ଟୋବର ମାସ‌ରେ ରିଜିଓନାଲ୍‌ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ସ୍ୱତନ୍ତ୍ର ହାଇ ସ୍ପିଡ୍ ଟ୍ରେନ୍ ବର୍ତ୍ତମାନ ସାହିବାବାଦରୁ ଉତ୍ତରପ୍ରଦେଶର ଦୁହାଇ ଡିପୋ ପର୍ଯ୍ୟନ୍ତ ୧୭ କିଲୋମିଟର ଚାଲୁଛି।

    ମଙ୍ଗଳବାର ସନ୍ଧ୍ୟାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ଡେଟକ୍ସ ଟ୍ରାଭେଲର୍’ ନାମରେ ଆକାଉଣ୍ଟଧାରୀ ମୋହିତ କୁମାର ନାମକ ଜଣେ ବ୍ୟକ୍ତି  ଟ୍ରେନର ଭିଡିଓ ପୋଷ୍ଟ କରିଛନ୍ତି।
    ସେ ଏହି ଭିଡିଓର କ୍ୟାପସନ୍ ଦେଇଛନ୍ତି, “ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ ଅତିକ୍ରମ କରୁଥିବା ନମୋ ଭରତ ଟ୍ରେନର ଚମତ୍କାର ଦୃଶ୍ୟ।” ଭିଡିଓ ପୋଷ୍ଟ୍‌ ହେବାର  କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ଏହି ଟୁଇଟ୍‌କୁ ରି-ଟ୍ବିଟ୍‌ କରି କହିଛନ୍ତି ଯେ ‘‘ଗ୍ରେଟ୍‌ ଭିଡିଓ। ଆମେ ମିଶି କରି ଗଢ଼ିଥିବା ନୂଆ ଇଣ୍ଡିଆର ଏକ ଭଲ ଦୃଷ୍ଟିକୋଣ ଆପଣଙ୍କ ଟାଇମ୍‌ଲାଇନ୍‌ରେ ଦେଖିବାକୁ ମିଳିଲା।’’ ମୋଦୀ ତାଙ୍କ ପୋଷ୍ଟ ସେୟାର କରିବା ପରେ ମୋହିତ କୁମାର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ