Sunday, October 4, 2026
29.6 C
Odisha

    ଉତ୍ସବରୁ ଟେକିନେଇ ନାବାଳିକାକୁ ଦୁଷ୍କର୍ମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏକ ଧାର୍ମିକ ଶୋଭାଯାତ୍ରାରେ ଯୋଗ ଦେବାକୁ ଯାଇଥିବା ନାବାଳିକା ଅତ୍ୟାଚାରର ଶିକାର ହୋଇଛନ୍ତି। ଶୋଭାଯାତ୍ରାରେ ୭ ଜଣ ଯୁବକ ଗହଳି ମଧ୍ୟରୁ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଅମାନୁଷିକ ଘଟଣା ତାମିଲନାଡୁର ବୈଲ୍ଲାକୋବିଲରେ ଘଟିଛି। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାମିଲନାଡୁର ବୀରା କୁମାରସ୍ୱାମୀ ମନ୍ଦିରରେ ଆୟୋଜିତ ରଥ ଉତ୍ସବ ଦେଖିବାକୁ ଗତ ୯ ତାରିଖରେ ୧୭ ବର୍ଷୀୟା ପୀଡ଼ିତାଜଣକ ଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ତାଙ୍କୁ ଟାର୍ଗେଟ କରିଥିଲେ। ଏହାପରେ ସେଠାରୁ ତାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ ।

    ଝିଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ତରଫରୁ ତତ୍ପରତା ପ୍ରକାଶ ପାଇ ଘଟଣାର ତଦନ୍ତ କରିବାକୁ ଦୁଇଟି ସ୍ପେଶାଲ ଟିମ୍‌ ଗଠିତ ହୋଇଥିଲା। ଏହାପରେ ପୋଲିସ କାମାରାଜାପୁରକମରୁ ଜଣେ ୩୨ ବର୍ଷୀୟ ଅଭିଯୁକ୍ତ ଏବଂ ଅନ୍ୟଜଣେ ୨୯ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ଟ୍ରେଲ ଆଧାରରେ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏନେଇ ପୋଲିସ ଅଭିଯୁକ୍ତଙ୍କୁ ଅଧିକତ ପଚରାଉଚରା କରିବା ସହ କଡାକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ