Monday, February 24, 2025
23.5 C
Odisha

    ୬ରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ

    ଆଗକୁ ପଢନ୍ତୁ

    ପୁରୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସ । ଏଥିପାଇଁ ଆସନ୍ତା ୬ରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ। ୧୧ ତାରିଖ ପର୍ଯ୍ୟନ୍ତ ଅନ୍ ଲାଇନରେ ପଞ୍ଜୀକରଣ ଚାଲିବ । edistrict.odisha.gov.in portal ମାଧ୍ୟମରେ ନିର୍ଦ୍ଧିଷ୍ଟ ଫର୍ମ ମାଧ୍ୟମରେ ଅନଲାଇନ ଯୋଗ ପଞ୍ଜିକରଣ କରିବେ । ସୁସ୍ଥ ଥିବା ଲୋକଙ୍କୁ ହବିଷ୍ୟାଳି ଶିବିରରେ ରଖାଯିବ । ନୂତନ ଭାବେ ପଞ୍ଜୀକରଣ କରୁଥିବା ହବିଷ୍ୟାଳିଙ୍କୁ ଦିଆଯିବ ପ୍ରାଥମିକତା ଦିଆଯିବ । ପୁରୀ ପ୍ରଶାସନ ପକ୍ଷରୁ ୪ଟି ଶିବିରରେ ରହିବେ ହବିଷ୍ୟାଳି। ୧୭ ତାରିଖ ସୁଦ୍ଧା ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ରରେ ରହିବେ । ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି ।

    ପୂର୍ବ ସରକାରଙ୍କ ସମୟରେ ଦୁଇ ବର୍ଷ ଧରି ହବିଷ୍ୟାଳୀ ଯୋଜନା ସଫଳତାର ସହ କରାଯାଇଥିଲା । ହବିଷ୍ୟାଳୀ ଯୋଜନାରେ ମାଆ ମାନଙ୍କ ରହଣୀ, ସେମାନଙ୍କ ପୂଜାର୍ଚ୍ଚନା, କାର୍ତ୍ତିକ ବ୍ରତ ପାଳନ, ତୀର୍ଥ ପୁଷ୍କରିଣୀରେ ସ୍ନାନ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯିବ । ମହାଧାର୍ମିକ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସହ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ସମ୍ଭାବନା ଥିବାରୁ ଶ୍ରୀମନ୍ଦିରର ଭିଡ ନିୟନ୍ତ୍ରଣ ତଥା ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    21 %
    1.2kmh
    0 %
    Mon
    26 °
    Tue
    34 °
    Wed
    35 °
    Thu
    35 °
    Fri
    38 °

    ସମ୍ବନ୍ଧିତ