Saturday, April 11, 2026
37.2 C
Odisha

    ଇସ୍ରାଏଲ ଆକ୍ରମଣରେ ହମାସର ସେନାମୁଖ୍ୟ ମହମ୍ମଦ ଦିୟାଫ ନିହତ

    ଆଗକୁ ପଢନ୍ତୁ

    ଗାଜା: ଗତ ବର୍ଷ ଅକ୍ଟୋବର ମାସରୁ ଇସ୍ରାଏଲ ଓ ହାମାସ ମଧ୍ୟରେ ତୀବ୍ର ସଂଘର୍ଷ ଚାଲିଛି। ତେବେ ଏହି ଯୁଦ୍ଧରେ ହମାସ ଏବେ ଦୁର୍ବଳ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହାମାସର ସମସ୍ତ ଶୀର୍ଷ ନେତା ଓ ଅଧିକାରୀଙ୍କୁ ହତ୍ୟା କରାଯାଉଛି। ହମାସର ରାଜନୈତିକ ମୁଖ୍ୟ ଇସମାଇଲ ହନିଆଙ୍କ ମୃତ୍ୟୁ ପରେ ଏବେ ଇସ୍ରାଏଲ ସେନା ଘୋଷଣା କରିଛି ଯେ ହମାସ ର ସେନା ମୁଖ୍ୟ ମହମ୍ମଦ ଦିୟାଫ ନିହତ ହୋଇଛି । ଇସ୍ରାଏଲ ଦାବି କରିଛି ଯେ ଜୁଲାଇରେ ଏକ ଏୟାରଷ୍ଟ୍ରାଇକ୍ ରେ ଦିଆଫର ମୃତ୍ୟୁ ହୋଇଥିଲା।ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସୋସିଆଲ ମିଡିଆ ଏକ୍ସରେ ମହମ୍ମଦ ଦିଆଫର ମୃତ୍ୟୁ ଖବରକୁ ନିଶ୍ଚିତ କରିଛି। ଗତ ବର୍ଷ ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣପଛରେ ମହମ୍ମଦ ଦିୟାଫକୁ ଅନ୍ୟତମ ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଉଥିଲା ବୋଲି ଇସ୍ରାଏଲ ସେନା ସୂଚନା ଦେଇଛି। ସେ ହାମାସର ସାମରିକ ମୁଖ୍ୟ ଥିଲା।

    ଇସ୍ରାଏଲ ପ୍ରତିରକ୍ଷା ବାହିନୀ ରିପୋର୍ଟ କରିଛି ଯେ ୨୦୨୪ ଜୁଲାଇ ୧୩ ରେ ଆଇଡିଏଫ ଲଢୁଆ ବିମାନ ଗାଜାର ଖାନ୍ ୟୁନିସ୍ ଅଞ୍ଚଳରେ ଆକ୍ରମଣ କରିଥିଲା। ଗୁଇନ୍ଦା ସୂଚନା ମିଳିବା ପରେ ଏହି ଆକ୍ରମଣରେ ମହମ୍ମଦ ଦିଫ୍ ନିହତ ହୋଇଥିବା କଥା ନିଶ୍ଚିତ ହୋଇଛି ।

    ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲରେ ପ୍ରବେଶ କରି ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିବା ସହ ଶହ ଶହ ଲୋକଙ୍କୁ ବନ୍ଦୀ କରି ଗାଜା ଉପତ୍ୟକାକୁ ନେଇଥିଲା। ଏହା ପରଠାରୁ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ