Tuesday, April 7, 2026
27.6 C
Odisha

    ୯/୧୧ ପରି ଆକ୍ରମଣ କରିବାକୁ ଚାହୁଁଥିଲା ହମାସ, ଅକ୍ଟୋବର ୭ ଆକ୍ରମଣ ବିଷୟରେ ଇରାନ ଜାଣିଥିଲା

    ଆଗକୁ ପଢନ୍ତୁ

    ତେଲ୍ ଅଭିବ୍: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। ୭ ଅକ୍ଟୋବର ୨୦୨୩ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। କିନ୍ତୁ ଏହି ଆକ୍ରମଣକୁ ନେଇ ଏକ ବଡ ଦାବି ସାମ୍ନାକୁ ଆସିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବର ୭ ଆକ୍ରମଣ ନେଇ ଦୁଇ ବର୍ଷ ଧରି ଯୋଜନା କରାଯାଇଥିଲା। ଏହା ୨୦୨୨ରେ କରାଯାଇଥାନ୍ତା। କିନ୍ତୁ ହମାସ ଏହି ଆକ୍ରମଣ ନେଇ ସମର୍ଥନ ପାଇଁ ଇରାନ ଏବଂ ହିଜବୁଲ୍ଲା‌କୁ ମନାଇବା ପାଇଁ ଚେଷ୍ଟା କରୁଥିଲା, ଯେଉଁ କାରଣରୁ ବର୍ଷେ ବିଳମ୍ବ ହୋଇଥିଲା। ଜାନୁଆରୀରେ ଗାଜା ଠାରୁ ଇସ୍ରାଏଲ୍ ସୈନ୍ୟମାନଙ୍କ ଦ୍ୱାରା ଜବତ ହୋଇଥିବା ଏକ କମ୍ପ୍ୟୁଟରରେ ଏହାର ବିବରଣୀ ରହିଛି।

    ଏହି ରିପୋର୍ଟରେ ହମାସର ମୁଖ୍ୟ ୟାହିୟା ସିନୱାରଙ୍କ ସମେତ ହମାସର ନେତା ତଥା ଇରାନର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ୧୦ ଟି ବୈଠକ ସମ୍ପର୍କରେ ଦର୍ଶାଯାଇଛି। ଏହି ବୈଠକଗୁଡ଼ିକ ଜାନୁଆରୀ ୨୦୨୨ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ହୋଇଥିବା ଜଣାଯାଇଛି। ଏଥିରେ ଇସ୍ରାଏଲର ସାମରିକ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଲଜିଷ୍ଟିକ୍ସ ଏବଂ ରଣନୀତି ଉପରେ ଆଲୋଚନା କରାଯାଇଥିଲା।

    ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ଇରାନ ଏବଂ ହିଜବୁଲ୍ଲା ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଜାତିସଂଘରେ ଇରାନର ମିଶନ ଏହି ଦାବିକୁ ଅସ୍ୱୀକାର କରିଛି ଏବଂ ନ୍ୟୁୟର୍କ ଟାଇମ୍ସ ଦ୍ୱାରା ଦର୍ଶାଯାଇଥିବା ତଥ୍ୟଗୁଡିକ ମନଗଢ଼ା ବୋଲି କୁହାଯାଇଛି।

    ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି ଯେ ଖାନ ୟୁନିସର ହମାସ ନିୟନ୍ତ୍ରଣ କେନ୍ଦ୍ରରେ ଏକ କମ୍ପ୍ୟୁଟର ଆବିଷ୍କୃତ ହୋଇଛି। ଡକ୍ୟୁମେଣ୍ଟର ସତ୍ୟତା ନିଶ୍ଚିତ କରାଯାଇଥିବା ନ୍ୟୁୟର୍କ ଟାଇମ୍ସ ଦାବି କରିଛି। ଏହି ରିପୋର୍ଟରେ ଇରାନ ଏହି ଆକ୍ରମଣ ବିଷୟରେ ଜାଣିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। କେଉଁ ବୈଠକରେ କିଏ ଯୋଗ ଦେଇଥିଲେ ତାହା ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ। କିନ୍ତୁ ପ୍ରକାଶ ଯେ ହମାସର ନେତା ୟାହିୟା ସିନୱାର ପ୍ରତ୍ୟେକ ସଭାରେ ଉପସ୍ଥିତ ଥିଲେ। ୱାଶିଂଟନ୍ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଗତ ନଭେମ୍ବରରେ ଉତ୍ତର ଗାଜାରେ ଏକ ୩୬ପୃଷ୍ଠାର ଡକ୍ୟୁମେଣ୍ଟ ମିଳିଥିଲା। ଏଥିରେ ଇସ୍ରାଏଲ ଉପରେ ଆକ୍ରମଣର ବିଭିନ୍ନ ଦୃଶ୍ୟ ସମୀକ୍ଷା କରାଯାଇଥିଲା। ଆଲୋଚନା ହୋଇଥିବା ଲକ୍ଷ୍ୟଗୁଡିକ ମଧ୍ୟରେ ସପିଂ ମଲ୍ ଏବଂ ରେଳ ଷ୍ଟେସନ ଥିଲା। ଏହି ପରିପ୍ରେକ୍ଷୀରେ, ୯ ସେପ୍ଟେମ୍ବର ୨୦୦୧ରେ ଆମେରିକାରେ ହୋଇଥିବା ଆକ୍ରମଣ ଭଳି କରିବାକୁ ହମାସ କଳ୍ପନା କରିଥିଲା। ପରେ ଏହି ଯୋଜନାକୁ ଖାରଜ କରାଯାଇଥିଲା। କାରଣ ଟାୱାର ଭାଙ୍ଗିବା ଭଳି କ୍ଷମତା ହମାସର ନ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ