Monday, September 14, 2026
25.9 C
Odisha

    ଚଣ୍ଡିଗଡ଼ରେ ଏକ ଘର ଉପରକୁ ଗ୍ରେନେଡ୍ ମାଡ଼

    ଆଗକୁ ପଢନ୍ତୁ

    ଚଣ୍ଡିଗଡ଼ : ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟାରେ ଚଣ୍ଡିଗଡ଼ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ସେକ୍ଟର-୧୦ରେ ସନ୍ଧ୍ୟା ପ୍ରାୟ ୬ଟାବେଳେ କିଛି ଲୋକ ଏକ ଘରେ ହ୍ୟାଣ୍ଡ ଗ୍ରେନେଡ୍ ବୋମା ଫିଙ୍ଗି ଆକ୍ରମଣ କରିବା ପରେ ଆତଙ୍କ ପ୍ରକାଶ ପାଇଥିଲା । ବୋମାମାଡ ହୋଇଥିବା ଘର ଲୋକେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେବା ପରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ।

    ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରିର ଫରେନସିକ୍ ବିଶେଷଜ୍ଞଙ୍କ ସହ ଚଣ୍ଡିଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ବିସ୍ଫୋରକ ସାମଗ୍ରୀର ପ୍ରକାର ଜାଣିବାକୁ ଚେଷ୍ଟା କରୁଛନ୍ତି । ସେହିପରି ଡିଜିପି, ଆଇଜି, ଏସପି ଓ ଡିଏସପିଙ୍କ ସମେତ ଆଖପାଖ ଥାନାର ପୁଲିସ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି।

    ବିସ୍ଫୋରଣର ମୁହୂର୍ତ୍ତ ନିକଟସ୍ଥ ୩୦ ସେକେଣ୍ଡର ସିସିଟିଭି ଫୁଟେଜରେ କଏଦ ହୋଇଥିଲା ଯେଉଁଥିରେ ବିସ୍ଫୋରଣର ଶବ୍ଦ ୧୪ ସେକେଣ୍ଡ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା, ସିସିଟିଭି ଫୁଟେଜରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା ଏବଂ ବିସ୍ଫୋରଣର ଫୁଟେଜ ମଧ୍ୟ କଏଦ ହୋଇଛି ।
    ଏହି ବୋମାମାଡ଼ ପଛରେ କେଉଁ ଗୋଷ୍ଠୀ ସଂପୃକ୍ତ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପୁଲିସ ଘଟଣାର ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.9 ° C
    25.9 °
    25.9 °
    82 %
    0.9kmh
    11 %
    Mon
    26 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ